
କଟକ : ଖୁବ୍ଶୀଘ୍ର କଟକ ସହରାଞ୍ଚଳ ପୁଲିସରେ ହେବ ଏକ ବଡ଼ ଧରଣର ଅଦଳବଦଳ । ଇନ୍ସପେକ୍ଟର ସ୍ତରରେ ଏହି ଅଦଳବଦଳ ହେବ । ଖାସ୍କରି ୬ଟି ଥାନାର ଅଧିକାରୀଙ୍କୁ ଅବଳବଦଳ କରାଯିବ । ଏଥିସହିତ ଦୁଇ ଥାନାରେ ଖାଲିଥିବା ଇନ୍ସପେକ୍ଟର ପଦବିରେ ମଧ୍ୟ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ଏନେଇ ପୁଲିସ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଛି ।