mahavir

ସର୍ଗିପାଲି ମଣ୍ଡଳରେ ନିର୍ବାଚନୀ ପ୍ରଚାର ମଙ୍ଗ ଧରିଲେ ରାଜ୍ୟ ପଦାଧିକାରୀ ଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ପ୍ରଚାରରେ ଉଷ୍ମତା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ବିଜେପିର କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳର ନେତା, ବିଧାୟକ, ରାଜ୍ୟ ସଭପତି, ରାଜ୍ୟ ପଦାଧିକାରୀଗଣ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରୁଥିବା ବେଳେ ଅନ୍ୟପଟେ ବିଜେଡିର ମନ୍ତ୍ରୀ, ବିଧାୟକ, ରାଜ୍ୟ ପଦାଧିକାରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି । ଆଜି ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ମଣ୍ଡଳର ସର୍ଗିବାହାଲ ପଞ୍ଚାୟତ, ବାରିହାପାଲି ପଞ୍ଚାୟତ, ଟାଲ ପଞ୍ଚାୟତ ଅଞ୍ଚଳରେ ଢୋଲବନ୍ଧ, ପଥରି, ଡଙ୍ଗାଘାଟ, ପାଞ୍ଚଭାୟା ଭଳି ଅନେକ ଗ୍ରାମରେ ନିର୍ବାଚନ ପ୍ରଚାର କରିଛନ୍ତି ବିଜେପି ରାଜ୍ୟ ପଦାଧିକାରୀ ଗଣ । ଗ୍ରାମ ମାନଙ୍କରେ ପଦଯାତ୍ରା, ଗ୍ରାମସଭା କରିବା ସହ ଦ୍ୱାର ଦ୍ୱାର ବୁଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ପ୍ରଚାର ସମୟରେ ବକ୍ତା ମାନେ ନରେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସାଙ୍ଗକୁ ପଦ୍ମପୁର ପ୍ରତି ପ୍ରଦୀପ ପୁରୋହିତଙ୍କ ରହିଥିବା ଅବଦାନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି । ଏହା ସହିତ ସେମାନେ ରାଜ୍ୟ ସାକାରଙ୍କ ୨୨ ବର୍ଷର ଶାସନରେ ସ୍ଥାଣୁତା, ଅପାରଗତା, ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି ଭଳି ଅନେକ ପ୍ରସଙ୍ଗ ରହିଛି ବୋଲି ବଖାଣୁଛନ୍ତି । ବିଶିଷ୍ଟ ସିନେ ତାରକା ପିଙ୍କି ପ୍ରଧାନ ନିଜର ବକ୍ତବ୍ୟ ପ୍ରଦାନ ସଙ୍ଗେ ସଙ୍ଗେ ଗୀତ ଗାଇ ଓ ନୃତ୍ୟ କରି ଭୋଟରଙ୍କୁ ବିଜେପି ପ୍ରତି ଆକର୍ଷିତ କରିବାର ପରିଲକ୍ଷିତ ହେଉଛି । ଆଜିର ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢି, ସମ୍ବଲପୁର ବିଜେପି ସାଧାରଣ ସମ୍ପାଦକ ଅନିଲ ବେହେରା, ସମ୍ବଲପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, କ୍ଷେତ୍ରୀୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.