ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ସ୍ଥାନୀୟ ରେଳସଦନଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, ରେଳ କର୍ମଚାରୀମାନେ ଭାରତୀୟ ସମ୍ବିଧାନର ପ୍ରାକ୍‌ କଥନ (ପ୍ରିୟାମ୍ବୁଲ) ପ୍ରିମ୍ବଲ୍‌ ପଢ଼ିଥିଲେ । ଏହାବ୍ୟତୀତ ପୂର୍ବତଟ ରେଳପଥର ସମସ୍ତ ୩ଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍‌, ୱାଲ୍‌ଟିୟର ଓ ସମ୍ବଲପୁରଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଛି । ଏପରିକି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ଏହି ଦିବସ ପାଳନ କରାଯାଇଛି । ଦୂର ଉପାନ୍ତ ସ୍ଥାନଗୁଡ଼ିକରେ ଥିବା ରେଳପଥ ଏବଂ ଏହାର ଅଧିକାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ସ୍ଥାନରେ ଭାରତୀୟ ସମ୍ବିଧାନର ପ୍ରାକ୍‌ କଥନ ପଠନ କରିଥିଲେ ।

Leave A Reply

Your email address will not be published.