ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମ.ରାମପୁର ବ୍ଲକ ଠାରେ ସମ୍ବିଧାନ ଦିବସ ପାଳନ

କଳାହାଣ୍ଡି, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଦ୍ୱିତୀୟ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେରଙ୍କ ନେତୃତ୍ୱରେ ମ. ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ସ୍ଥିତ ଗୋପବନ୍ଧୁ ଯୁବକ ସଂଘ ତରଫରୁ ସହୀଦ ରେଣ୍ଡୋ ମାଝୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପ୍ରାଙ୍ଗଣ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ପ୍ରଥମେ ସହୀଦ ରେଣ୍ଡୋମାଝି ମହାବିଦ୍ୟାଳୟଠାରୁ ଡ ବି.ଆର. ଆମ୍ବେଦକର ଓ ଦେଶ ପାଇଁ ସହୀଦ ହୋଇଥିବା ସ୍ୱାଧୀନ ସଂଗ୍ରାମୀ ନାରା ବାଜି କରି ରେଣ୍ଡୋ ମାଝୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ପରେ ଅତିଥିମାନଙ୍କ କରକମଳରେ ବି.ଆର. ଆମ୍ବେଦକର ଓ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିଛବି ଉପରେ ଫୁଲମାଲ ସହ ପୂଜା ଅର୍ଚ୍ଚନା କରିଥିଲେ । ଲେଖାପାଳ ଶ୍ରୀ ବନଛୋର ଡ. ବି.ଆର. ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନୀ ଓ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ସମ୍ବିଧାନ ପ୍ରଣୟନ ଓ ଏହାର ଆବଶ୍ୟକତା ବିଷୟରେ ଉପସ୍ଥିତ ଥିବା ସମସ୍ତ ଯୁବ ବର୍ଗଙ୍କୁ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଯୁବ ଅଧିକାରୀ ସମ୍ବିଧାନ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ବୁଝାଇ ସମ୍ବିଧାନ ପଠନ, ବକୃତା, ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟା ମଞ୍ଜୁଲତା ଧରୁଆ, ସମ୍ମାନିତ ଅତିଥି ଭାବରେ ସହୀଦ ରେଣ୍ଡୋମାଝି ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ମଲ୍ଲିକ, ରାଜନୀତିବିଜ୍ଞାନର ଅଧ୍ୟ୍ୟାପକ ସୌମ୍ୟରଞ୍ଜନ ସାହୁ, ଓକିଲ ଶିବାନନ୍ଦ ପଧାନ, ସରପଞ୍ଚ ସୁପ୍ରିୟା ମାଝୀ, ମଞ୍ଚାସୀନ ଥିବା ବେଲେ ନେହେରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛାସେବୀ ତଥା କଳାରୁଦ୍ର ଯୁବକ ସଂଘ ପୂର୍ବତନ ସଭାପତି ସନତ କୁମାର ସାହୁ, ପରିବେଶ ସମ୍ପାଦକ ହରପ୍ରସାଦ ସାହୁ ସ୍ୱେଚ୍ଛାସେବୀ ଅମର ସିଂ ଭୋଇ, ଶମ୍ଭୁ ବିଶି ପୂର୍ବତନ ସ୍ଵେଚ୍ଛାସେବୀ ସାଗର ସାହୁ, କୋପନେଶ୍ୱର ବିମଲ ଓ ଗୋପବନ୍ଧୁ ଯୁବକ ସଂଘ ଉର୍ଲାଦାନୀ ଗ୍ରାମର ସଭାପତି ଚନ୍ଦନ ଜେନା, ସମ୍ପାଦକ ଅନୀଲ ପରାସେଠ ସମେତ ଗୋପବନ୍ଧୁ ଯୁବକ ସଂଘ ଓ ସହୀଦ ରେଣ୍ଡୋ ମାଝୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ଶେଷରେ ଉପସ୍ଥିତ ଥିବା ସମସ୍ତ ଯୁବ ବର୍ଗଙ୍କୁ ପାରାସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.