lika

ବିଧବା ମଞ୍ଜୁଲତା ବାରିକଙ୍କ ପାଖକୁ ପହଞ୍ଚିଲା ସ୍ୱାଭିମାନ ପରିବାର

gbag

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଧବା ମଞ୍ଜୁଲତା ବାରିକଙ୍କ ପାଖକୁ ପହଞ୍ଚିଲା ସ୍ୱାଭିମାନ ପରିବାର । ସୂଚନାଯୋଗ୍ୟ ଯେ, ପାଟଣାଗଡ ବ୍ଲକ ଅନ୍ତର୍ଗତ ଘୁମେର ଗ୍ରାମର ମଞ୍ଜୁଲତା ବାରିକଙ୍କ ସ୍ୱାମୀ ଗତ ୩ ବର୍ଷ ହେବ ଗୋଟିଏ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ବିଧବା ଅସହାୟ ମହିଳା ଭତ୍ତା, ଆବାସ ଯୋଜନା ଏପରି ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି । ଏହି ଖବର ପାଇ ସ୍ୱାଭିମାନ ପରିବାରର ସଦସ୍ୟ ଯୋଗେଶ୍ୱର ସାହୁ, ଶରତ ଚନ୍ଦ୍ର ଦଣ୍ଡସେନା ଓ ପ୍ରଦୀପ ପରୁଆ ଅସହାୟ ମହିଳାଙ୍କ ପାଖରେ ପହଞ୍ଚି ବିଏସ୍‌ଏସ୍‌ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କମଳ କାନ୍ତ ବାରିକଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ଶୀଘ୍ର ଭତ୍ତା କରାଇ ଦେବା ସହ ସରକାରୀ ଯୋଜନାରେ ତାଙ୍କୁ ସାମିଲ କରି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

babaa
Leave A Reply

Your email address will not be published.