ବଲାଙ୍ଗିର ସିଭିଲ୍‌ କୋର୍ଟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ଓ ଦୌରା ଜଜ୍‌ ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ଉପଲକ୍ଷେ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଗତକାଲି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସହର ମହକୁମାର ବିଭିନ୍ନ ସ୍କୁଲରୁ ୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଯଥାକ୍ରମେ ମନୋହରପୁର ସ୍କୁଲର ଆୟୁଷ ଠାକୁର ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ଅର୍ନେଶା ସୁଅର ଦ୍ୱିତୀୟ ଓ ମନୋହରପୁର ପୋଲିସ ହାଇସ୍କୁଲର ଛାତ୍ର ଅଜୟ ଗୁଡିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା ତା’ସହ ସମସ୍ତ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସିଭିଲ କୋର୍ଟର ରେଜିଷ୍ଟାର ଅମିତ କୁମାର ବାରିକ ପରିଚାଳନା କରିଥିଲେ । ବିଚାରକ ମଣ୍ଡଳୀ ଭାବରେ ବଲାଙ୍ଗିର ପରିବାର ନ୍ୟାୟାଧିଶ ବେଣୁଧର ପାତ୍ର, ଦିଲ୍ଲୀପ କୁମାର ସିଂଦେଓ ଓ ବାସୁଦେବ ମେହେର ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଭିଲ କୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ । ମୁଖ୍ୟ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କୁମାର ଦାସ, ଉପପ୍ରଶାସକ ଶୁଭ୍ରାଂଶୁ ବାଗ୍‌, ସହକାରୀ ପ୍ରଶାସକ ସୁବ୍ରତ କୁମାର ମିଶ୍ର, କୋର୍ଟ ମ୍ୟାନେଜର ସୁମନ କୁମାର ଆଚାର୍ଯ୍ୟ, ଦଧିବାବନ ଶତପଥି, ଆକାଶ ତ୍ରିପାଠୀ, ଡୋଳାମଣୀ ଦଳପତୀ, ଯୁଗଲାଲ୍‌ ଚନ୍ଦ, ପିଙ୍କୁ ସେଠ ଓ ଧରଣୀ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.