ବଲାଙ୍ଗିରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ୪ର୍ଥ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ବେଣୁଧର ପାତ୍ର, ଜଜ୍‌ ଫ୍ୟାମିଲି କୋର୍ଟ, ବଲାଙ୍ଗିର ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରଥମ, ବଲାଙ୍ଗିର, ହିମାଂଶୁ ଶେଖର ସିଂ, ମୁଖ୍ୟ ବିଚାର ଅଧିକାରୀ, ବଲାଙ୍ଗିର, ଅମିତ କୁମାର ବାରିକ, ରେଜିଷ୍ଟାର ସିଭିଲ କୋର୍ଟ, ଜ୍ୟୋତିରଞ୍ଜନ ଦାଶ ସିଭିଲ୍‌ ଜଜ୍‌ (ବରିଷ୍ଠ), ସସ୍ମିତା ନନ୍ଦିନୀ ତ୍ରିପାଠୀ ଅତିରିକ୍ତ ସିଭିଲ୍‌ ଜଜ୍‌ (ବରିଷ୍ଠ), ଜନ୍ମେଜୟ ପଳେଇ ସିଭିଲ୍‌ ଜଜ୍‌ (ବରିଷ୍ଠ) (ଏଲ୍‌ ଏଣ୍ଡ ଏଲ୍‌ଟିଭି), ସସ୍ମିତା ସେଠୀ ସିଭିଲ ଜଜ୍‌ (କନିଷ୍ଠ), ମନୋଜ ମହାନ୍ତ ଏସ୍‌ଡିଜେଏମ୍‌ ବଲାଙ୍ଗିର, ପ୍ରକାଶ କୁମାର କର ଜେଏମ୍‌ଏଫ୍‌ସି, ଭାଗ୍ୟଶ୍ରୀ ପତି, ଜେଏମ୍‌ଏସ୍‌ସି, ପବ୍ଲିକ ପ୍ରୋସିକ୍ୟୁଟର (ଜିଲ୍ଲା ଜଜ୍‌ କୋର୍ଟ), ବଲାଙ୍ଗିର ସୁବାଷ ଚନ୍ଦ୍ର ମହାନ୍ତ ଏବଂ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ । ଉକ୍ତ ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଲୋକ ଅଦାଲତକୁ ବିନୟ କୁମାର ପାତ୍ର ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୯ଟି ଦେୱାନୀ ମକଦ୍ଦମା ଫଇସଲା ହୋଇଥିଲା । ୧୨ଟି ବ୍ୟାଙ୍କ ମକଦ୍ଦମାର ସମାଧାନ କରାଯାଇ ୧୬୮୨୧୪୬ ଟଙ୍କା ଆଦାୟ ହୋଇଥିଲା । ୯ଟି ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ୍‌ ୪୪୩୦୦୦୦ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶ କରାଯାଇଥିଲା । ୩୮୮୨ ଟି ରାଜସ୍ୱ ମକଦ୍ଦମାର ଫଇସଲା କରାଯାଇଥିଲା । ୩୬୫ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇ ୯୨୮୦୦ ଟଙ୍କାର ଜୋରିମାନା ଆଦାୟ ହୋଇଥିଲା । ୨୩୮ଟି ପ୍ରାକ୍‌ ମକଦ୍ଦମା ମାମଲାର ସମାଧାନ କରାଯାଇ ୭୪୫୪୮୧୯ଟଙ୍କା ଆଦାୟ ହୋଇଥିଲା । ପାରିବାରିକ ମିଳାମିଶାରେ ୨୧ଟି ମାମଲା ଫଇସଲା ହୋଇଥିଲା ।

Leave A Reply

Your email address will not be published.