ଆହୁରି ତୀବ୍ର ହେବାରେ ଲାଗିଛି ରାଜବୋଡାସମ୍ବର କୃଷକ ସଙ୍ଗଠନର ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଙ୍ଗଠନର ଆନ୍ଦୋଳନ ଆହୁରି ତୀବ୍ର ହେବାରେ ଲାଗିଛି । ଆଜି ଯାଏଁ କିଛି ବି ସମସ୍ୟାର ସମାଧାନ ହୋଇ ନାହିଁ, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ ବୋଲି ମତ ପ୍ରକାଶ ପାଇଛି । ଚାଷୀମାନଙ୍କର ୧୩ ଦଫା ଦାବୀରେ କୃଷକ ସଙ୍ଗଠନର ଗଣଧାରଣା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଚାଲୁ ରହିଥିବା ବେଳେ ଦୀର୍ଘ ବର୍ଷରୁ ମରୁଡି ପ୍ରପୀଡ଼ିତ ଅବହେଳିତ ଅଞ୍ଚଳ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ ଜୋର୍‌ ଧରିଛି । ପଦ୍ମପୁର ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ନେତୃତ୍ୱରେ ଏକ ବିରାଟ ରାଲି ବାହାରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ୨ ସଂଗଠନର ଦାବୀକୁ ସମର୍ଥନ ଜଣାଇ ସାମିଲ ହେଲା କୋସଲ ରାଏଜ ମୁକ୍ତି ମୋର୍ଚ୍ଚା । ଯେହେତୁ ପର୍ଶ୍ଚିମ ଓଡିଶା ସବୁ କ୍ଷେତ୍ରରେ ଅବହେଳିତ ପ୍ରତାରିତ ହେଉଛି, ଏଣୁ କୋସଲ ରାଜ୍ୟ ଦାବୀ ଏକ ନାର୍ଯ୍ୟ ଦାବୀ ବୋଲି ସବୁ ମହଲରେ ଦାବୀ ହେଉଛି । ଏହି ଦାବୀକୁ ଆହୁରି ତୀବ୍ର କରିବା ପାଇଁ ଆସନ୍ତା ୨୨ ନଭେମ୍ବରରୁ ୨୩ ନଭେମ୍ବର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଠାରୁ ପଦ୍ମପୁରକୁ ପଦଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଦାବୀପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପଦଯାତ୍ରାରେ ବହୁତ ସଂଖ୍ୟାରେ ଯୋଗଦାନ କରିବାକୁ କୋସଲ ରାଏଜ ମୁକ୍ତି ମୋର୍ଚ୍ଚା ଆହ୍ୱାନ କରୁଛି । ଏହି ଦ୍ୱୟ ଆନ୍ଦୋଳନରେ କୋସଲ ରାଏଜ ମୁକ୍ତି ମୋର୍ଚ୍ଚାର ଆଇନ ପରାମର୍ଶଦାତା ମୁଖ୍ୟ ଅଜିତ ଶତପଥି, ସିପୁନ ଖମାରି, ଗଜପତି ସାହୁ, ଡି ଜଗନ ମେହେର, ବସନ୍ତ ମହଲିଙ୍ଗ, ରୋହିତ ପଧାନ, ପ୍ରକାଶ ମିଶ୍ର ଓ ଅନେକ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.