csstore

ମହଲେଇ ଗାଁରେ ଜଣେ ବ୍ୟକ୍ତିଙ୍କ ଦୋକାନରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ତର୍ଗତ ମହଲେଇ ଗାଁରେ ଜଣେ ବ୍ୟକ୍ତିଙ୍କ ଦୋକାନରେ ନିଆଁ ଲାଗି ଦୋକାନ ହୁ ହୁ ହୋଇ ଜଳି ଉଠିଥିବା ଦେଖିବାକୁ ମିଳିଛି । ନିଆଁ ଲାଗି ଥିବା ଦୋକନ ମାଲିକଙ୍କ ନାମ ହେଉଛି ମହଲେଇ ଗାଁର ସୁନୀଲ ବିଶ୍ୱାଳ । ସୂଚନା ଅନନୁସାରେ କୌଣସି କାରଣରୁ ଦୋକନ ବନ୍ଦ ଥିବା ସମୟରେ ଦୋକାନରେ ନିଆଁ ଲାଗିଥିବା ବେଳେ ପ୍ରଥମେ ସ୍ଥାନୀୟ ଲୋକ ଦେଖିବାକୁ ପାଇ ଦେକନ ମାଲିକ ସୁନିଲଙ୍କୁ ସଙ୍ଗେ ସଙ୍ଗେ ଖବର ଦେଇ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ, ହେଁ ବିଫଳ ହୋଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିପାରିଥିବା ଜଣାପଡିିଛି । ତେବେ ନିଆଁ କୋଉଁ କରେଣରୁ ଲାଗିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡି ନଥିବା ବେଳେ ଦୋକାନରେ ଥିବା ଫ୍ରିଜ, କୁଲର ସହ ବିଭିନ୍ନ ପ୍ରକାରର ମୂଲ୍ୟବାନ ସାମାଗ୍ରୀ ଜଳି ପୁଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.