oom

ବାଲିଗୁଡାରେ ପ୍ରଥମ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଅନୁଷ୍ଠିତ ହେବ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ । ଚଳିତ ବର୍ଷ ଡିସେମ୍ବର ତା.୧୭, ୧୮ ଓ ୧୯ରିଖ ତିନିଦିନ ଧରି ହେବାକୁ ଥିବା ବିଶିଷ୍ଟ ଲୋକନୃତ୍ୟ ଗୁରୁ ଟଲ ଦଳବେହେରା ସ୍ମାରକୀ ବୀଣାକାର ଦଣ୍ଡନାଟ ଏବଂ ଗୀତିନାଟ୍ୟ ପ୍ରତିଯୋଗିତା ମହାମାରୀ କୋରନା କଟକଣା ସକାସେ ବାତିଲ କରାଯାଇଥିଲା । ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମ ତିନିଦିନ ବ୍ୟାପି ଆୟୋଜନ କରିବା ପାଇଁ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ନୂଆସାହି ସ୍ଥିତ ପରିଚୟ ଗୃହରେ ଅବସରପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ଖଣ୍ଡଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶିଷ୍ଟ ଲୋକନୃତ୍ୟ ଗୁରୁ ଟଲ ଦଳବେହେରାଙ୍କ ଦାୟାଦ ମୁକ୍ତେଶ୍ଵର ଦଳବେହେରା ଦଣ୍ଡନାଟ ଗୁରୁ ପ୍ରମୋଦ ଚନ୍ଦ୍ର ଡାକୁଆ, ପ୍ରକାଶ କୁମାର ସାହୁ, ପୁରସ୍ତମ ନାୟକ ଏବଂ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର, ନାରାୟଣ ଦଣ୍ଡସେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥି ନିମନ୍ତେ ଆସନ୍ତା ୧୫ ତାରିଖରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଡିସେମ୍ବର ୫ ତାରିଖ ସୁଦ୍ଧା ଇଚ୍ଛୁକ କଳାକାର ଦଳ ରେଜିଷ୍ଟ୍ରେସନ କରିବା ପାଇଁ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା ଅନୁରୋଧ କରିଛନ୍ତି । ବିଜେତା ଲୋକନୃତ୍ୟ ଦଳ, ଗୀତିନାଟ୍ୟଦଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା, ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯିବ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସୂଚନା ଦେଇଛନ୍ତି । ଇଚ୍ଛୁକ ବ୍ୟକ୍ତି ୭୯୭୮୫୫୧୧୫୪ ଏହି ନଂ.ରେ ଯୋଗାଯୋଗ କରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଦୁଇଶହରୁ ଅଧିକ ବୀଣାକାର, ଦଣ୍ଡନାଟ କଳାକାର, ସଂକୀର୍ତ୍ତନ ଦଳ, ଆଦିବାସୀ ନୃତ୍ୟ, ଘୁଡୁକି ପାଲା, ଦାସ କାଠିଆ, ଘୁମୁରା ପାଇକ ଆଖଡ଼ା ଭଳି ଲୋକନୃତ୍ୟ ଦଳ ଅଂଶଗ୍ରହଣ କରିବେ ବୋଲି ଉପସଭାପତି ପ୍ରମୋଦ ଦଣ୍ଡସେନା ସୂଚନା ଦେଇଛନ୍ତି । ମହୋତ୍ସବକୁ ସୁଚାରୁ ରୂପେ ପାଳନ କରିବା ପାଇଁ ଏକ ଉତ୍ସବ ପାଳନ କମିଟି ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଭାବେ ବାଲିଗୁଡାର ସୁନାମଧନ୍ୟ କଣ୍ଠଶିଳ୍ପୀ ବିଶ୍ୱଜିତ ସାହୁ, ଉପସଭାପତି ଭାବେ ସଂକୀର୍ତ୍ତନ ଗୁରୁ ନାରାୟଣ ଦଣ୍ଡସେନା, ସମ୍ପାଦକ ଭାବେ ବରିଷ୍ଠ କଳାକାର ତଥା ଭାଷ୍ୟକାର ଶିବରାମ ପ୍ରଧାନୀ, ସହ ସମ୍ପାଦକ ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଗୋପାଳ କୃଷ୍ଣ ନାୟକ (ନୀଳ ଭାଇ) ଏବଂ କୋଷାଧ୍ୟକ୍ଷ ଭାବେ ବରିଷ୍ଠ କଳାକାର ଯୁଧିଷ୍ଠିର ପାତ୍ରଙ୍କୁ ଚୟନ କରାଯାଇଛି । ଉପଦେଷ୍ଟା ଭାବେ ବିଶିଷ୍ଟ ମଞ୍ଚ ନିର୍ଦ୍ଦେଶକ ସନ୍ତୋଷ କୁମାର ମିଶ୍ର, ଦଣ୍ଡନୃତ୍ୟ ଗୁରୁ ପ୍ରମୋଦ ଡାକୁଆ ଏବଂ ଶିକ୍ଷାବିତ ବିଜୟ ଚନ୍ଦ୍ର ଖଣ୍ଡଗିରିଙ୍କୁ ଚୟନ କରାଯାଇଛି । କାର୍ଯ୍ୟକାରୀ ସଦସ୍ୟ ଭାବେ ରଂଜିତ ଦିଗାଲ, ଇନ୍ଦ୍ରମଣି ପାତ୍ର, ଜଗନ୍ନାଥ ବିଶୋଇ, ଶ୍ରୀକାନ୍ତ ମଳିକ, ବିଜୟ ଆମୟତ, ପ୍ରକାଶ କୁମାର ସାହୁ, ଦେବରାଜ ପାତ୍ର, ରଂଜିତ କୁମାର ପୂଜାରୀ, ଜଗନ୍ନାଥ ବେହେରା, ବିଭୀଷଣ ପାତ୍ର, ବିନୋଦ ପାତ୍ରଙ୍କୁ ଚୟନ କରାଯାଇଛି । ମହୋତ୍ସବ ପାଳନ ନେଇ କାର୍ଯ୍ୟ ଖସଡ଼ା ଏବଂ ବଜେଟ ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧନା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା କଟକଣା ପରେ ପ୍ରଥମ ଥର ପାଇଁ ବାଲିଗୁଡାରେ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜିତ ହେଉଥିବାରୁ ବାଲିଗୁଡାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।

jittmm
Leave A Reply

Your email address will not be published.