ମାର୍ଶାଘାଇ ବଜାର ହାଟଛକରୁ ଗଞ୍ଜେଇ ଜବତ : ଜଣେ ଗିରଫ

କେନ୍ଦ୍ରାପଡ଼ା : ମାର୍ଶାଘାଇ ବଜାର ହାଟଛକରେ ଗଞ୍ଜେଇ ବିକ୍ରି ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ତୁଳସୀପୁରର ୫୮ ବର୍ଷୀୟ ରବୀନ୍ଦ୍ର ବେହେରା । ମାର୍ଶାଘାଇ ପୁଲିସ ଏସ୍ଆଇ କୈଶୋରିକା ରାଉତରାୟଙ୍କ ନେତୃତ୍ବରେ ଟିମ୍ ୧୮୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି । ସୂଚନା ଥାଉକି, ଦୁଇ ଦିନ ଆଗରୁ ଜୟଚନ୍ଦ୍ରପୁର ପଞ୍ଚାୟତ ସାନଗାଁ ରେଲୱେ ଓଭରବ୍ରିଜ ନିକଟରେ ଗଞ୍ଜେଇ ବିକୁଥିବା ବେଳେ ରବୀନ୍ଦ୍ର ନାଥଙ୍କ ଠାରୁ ୬୦୦ ଗ୍ରାମ୍ ଗଞ୍ଜେଇ ଜବତ ହୋଇଥିଲା ।

Leave A Reply

Your email address will not be published.