jsm

ଶିକ୍ଷାବିତ ଡ଼. ସବିତା ଦାସଙ୍କୁ ଅଭିମନ୍ୟୁ ପଟ୍ଟନାୟକ ସ୍ମୃତିସମ୍ମାନ

csstore

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ୍ ମହାବିଦ୍ୟାଳୟର ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏହି ସ୍ମୃତିଚାରଣ ସଭାରେ ବିଶିଷ୍ଟ ସମାଜସେବୀ ତ୍ରିନାଥ ପାଣିଗ୍ରାହୀ ଯୋଗଦେଇ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଠନ କରିବାଠାରୁ ଗଂଜାମ ସହରର ଗଠନରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଡ଼. ସବିତରାଣୀ ଦାସଙ୍କୁ ଚଳିତ ବର୍ଷ ପଞ୍ଚମ୍ ଅଭିମନ୍ୟୁ ସ୍ମୃତିସମ୍ମାନ ପାଇଁ ମନୋନୀତ କରାଯାଇଥିଲା । ଏହି ସମ୍ମାନ ଆସନ୍ତା ଜାନୁଆରୀ ୧୨ ତାରିଖରେ ପ୍ରଦାନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଉତ୍ସବରେ ଭରସା ଅନୁଷ୍ଠାନର ସଭାପତି ଆଡଭୋକେଟ ଦିଲ୍ଲୀପ କୁମାର ପଟ୍ଟନାୟକ ସମ୍ପାଦକ ଦୂର୍ଗା ମାଧବ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ସଂଘର ଉପଦେଷ୍ଟା ରମେଶ ଚନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ ଦୂର୍ଗା ପଟ୍ଟନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ, ଶିକ୍ଷୟିତ୍ରୀ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.