jsm

ମା’ଙ୍କ ପୀଠରେ ଶିବେ ଦୁର୍ଗେ ମହାମନ୍ତ୍ର ଜପ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଦୁର୍ଗାଦେବୀ ସାହି ଦୁର୍ଗାଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ସହରର ଜନକଲ୍ୟାଣ ନିମନ୍ତେ ‘ଶିବେ ଦୁର୍ଗେ ଶିବେ ଦୁର୍ଗେ, ଦୁର୍ଗେ ଦୁର୍ଗେ ଶିବେ ଶିବେ, ଶିବେ କାଳୀ ଶିବେ କାଳୀ କାଳୀ କାଳୀ ଶିବେ ଶିବେ’ ମହାମନ୍ତ୍ର ଜପ କରାଯାଇଥିଲା । ସୂର୍ଯ୍ୟ ପରାଗର ଏକ ଘଣ୍ଟା ପୂର୍ବରୁ ଆରମ୍ଭ ହେଇଥିଲା । ପରାଗ ସମ୍ପୂର୍ଣ୍ଣ କ୍ଷଣ ହେବା ପରେ ମହାମନ୍ତ୍ରକୁ ବନ୍ଦ କରିଥିଲେ । ଏଥିରେ ସହରର ସମସ୍ତ ଭକ୍ତ କଣ୍ଠଶିଳ୍ପୀ କିଶୋର ବୈଠରୁ, ରତ୍ନାକର ମହାରଣା, ଗୌରୀ ଆଚାର୍ଯ୍ୟ, ଗାନ୍ଧି ପଟ୍ଟନାୟକ, ରାଜା ମାଷ୍ଟର, ଏସ ବାବୁରାଓ ଅଚାରି, ବାଲାଜୀ ଚରଣ ପାଢ଼ୀ, ନାରାୟଣ ବୈଠରୁ, ମନୋଜ କୁମାର ଚୌଧୁରୀ, ଗୋବିନ୍ଦ ଚନ୍ଦ୍ର ମହାରଣା ଦୁର୍ଗାଦେବୀ ସାହି ବାସିନ୍ଦାଙ୍କ ସହ ସହରର ପ୍ରମୁଖ ଲୋକମାନେ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.