jsm

ଚୁଡ଼ାପାଲିରେ କାଳୀ ପୂଜା ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲିରେ ୨୦ତମ ମହାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଜୟଦୁର୍ଗା ମଣ୍ଡପରେ ଦୀର୍ଘ କୋଡ଼ିଏ ବର୍ଷ ଧରି ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମ ଅନୁସାରେ ରବିବାର ବିଲ୍ୱବରଣ ଓ ଗଙ୍ଗା ଆମନ୍ତ୍ରଣ ହୋଇଥିଲା । ମଙ୍ଗଳବାର ଦେବୀଙ୍କ ଜୀବନ୍ୟାସ ସହ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହେବା ସହ ସନ୍ଧ୍ୟାରେ ମହାପୂଜା ଅନୁଷ୍ଠିତ ହୋଇଥିଲା । ଆଜି ସୂର୍ଯ୍ୟ ପରାଗ ପାଇଁ ପୂଜା ବନ୍ଦ ରହିଥିଲା । ବୁଧବାର ହୋମ ସହ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟି ତରଫରୁ ସୂଚନା ରହିଛି । ବିଗତ ଦୁଇ ବର୍ଷ କରୋନ ଯୋଗୁଁ ପୂଜା ଫିକା ପଡ଼ିଯାଇଥିବା ବେଳେ ଚଳିତ ବର୍ଷ ପୂଜାରେ ଭିଡ଼ ସହ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଛି । ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ପଙ୍କଜ କୁମାର ମାଲ ଓ ପ୍ରତିଭା ମଞ୍ଜରୀ ମାଲ ରହିଥିବା ବେଳେ ମୁଖ୍ୟ ପୂଜକ ଶଙ୍କର୍ଷଣ ମିଶ୍ର, ଚଣ୍ଡୀପାଠକ ଅଭିରାମ ମିଶ୍ର, ଜାଗରକ୍ଷକ ବେଣୁଧର ମିଶ୍ର, ଘାତକ ସହଦେବ ପୋଢ଼, ସହଯୋଗୀ ଭାବେ ସରଜୁ ମନହୀରା, ପଦ୍ମଲୋଚନ ଧରୁଆ ରହିଛନ୍ତି । ପୂଜାରେ ଲବ ବାରିକ, ଦିନେଶ କୁମାର ପଟେଲ, ଗୋପବନ୍ଧୁ ସାହୁ, ଅଶ୍ଵିନୀ ନାଏକ, ସନ୍ତୋଷ ସାହୁ, ଅନୀଲ ଅଗ୍ରୱାଲ, ବୈକୁଣ୍ଠ ଜେନା, ଚେତରାମ ବେହେରା, ସୁଧୀର ବେହେରା, ନରେଶ ଅଗ୍ରୱାଲ, ଘାସିରାମ ବେହେରା, ଦାରାସିଂ ବେହେରା, ରାମେଶ୍ୱର କାଣ୍ଟି, ରୂପଧର ନାହାକ, ବିମ୍ବାଧର କର୍ତ୍ତି ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

yuvodaya
Leave A Reply

Your email address will not be published.