om academy

ଚାକିରି ସ୍ଥାନୀତ୍ୱ ଦାବୀରେ ବଲାଙ୍ଗିର ଜିଲ୍ଲା ଆଉଟସୋର୍ସିଂ ଓ ଅସ୍ଥାୟୀ କର୍ମଚାରୀ ସଂଘର ମିଳିତ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ସଭାଗୃହ ଠାରେ ଜିଲ୍ଲାର ବିଭିନ୍ନ ବିଭାଗର ଅସ୍ଥାୟୀ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମସ୍ତ ପ୍ରକାର ଆଉଟସୋର୍ସିଂ କର୍ମଚାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ପ୍ରକାର ଆଉଟସୋର୍ସିଂ ଚାକିରି ପ୍ରଥାର ମୂଳୋତ୍ପାଟନ ପୂର୍ବକ ସମସ୍ତଙ୍କୁ ସ୍ଥାୟୀ କରିବା ଦାବୀ କରାଯାଇଥିଲା । ସରକାରୀ ନିୟମ ମୁତାବକ ସମାନ କାମକୁ ସମାନ ଦରମା ଲାଗୁ କରନ୍ତୁ ବୋଲି ଦାବୀ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାରେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରାୟ ୨୦ଟି ବିଭାଗର ଶତାଧିକ କର୍ମଚାରୀ ଯୋଗଦାନ କରିଥିଲେ । ଆଗାମୀ ଦିନରେ ସରକାରଙ୍କୁ ନିଜର ନ୍ୟାର୍ଯ୍ୟ ଦାବୀ ଜଣାଇବା ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ସକାଶେ ଆଲୋଚନା କରାଯାଇଥିଲା । ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ମଧ୍ୟ ସ୍ଥାୟୀ ନ ହୋଇ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇ ଆସୁଛନ୍ତି । ଏହି କୁତ୍ସିତ ଶୋଷଣ ପ୍ରଥାକୁ ବନ୍ଦ କରି ମୁଖ୍ୟମନ୍ତ୍ରୀ ନିଜସ୍ୱ ଘୋଷଣା ମୁତାବକ ସମସ୍ତ ଆଉଟସୋର୍ସିଂ ଓ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରନ୍ତୁ ବୋଲି ଦାବୀ କରାଯାଇଥିଲା । ଏଥିରେ ବିଭିନ୍ନ ବିଭାଗର କର୍ମଚାରୀ ଆର୍ତ୍ତତ୍ରାଣ ସାହୁ, କଳିଙ୍ଗ ସୁନା, ଆଶୁତୋଷ ବେହେରାମାଳୀ, ରଞ୍ଜନ ସାହୁ, ରବିନ୍ଦ୍ର ବେହେରା, ରାଜେଶ ଝାଙ୍କର, ଅଭିଳାଷ ମିଶ୍ର, ରଶ୍ମି ରଞ୍ଜନ ହୋତା, ନିରୋଜ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.

eighteen + six =