jsm

ଖପୁରିଡ଼ିହି ଗ୍ରାମରେ ଗୌରୀ ଗୌରା ପୂଜା ଉତ୍ସାହ ଉଦ୍ଦିପନା ସହ ସମାପନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖପୁରିଡ଼ିହି ଗ୍ରାମରେ ଗୌରୀ ଗୌରା ପୂଜା ଉତ୍ସାହ ସହ ଉଦ୍ଦିପନା ସମାପନ ହୋଇଯାଇଛି । ଆଦିବାସୀ ସମ୍ପ୍ରଦାୟ ଗୋଂଡ଼ ଜାତିର ଲୋକେ ଆବାହନ କାଳରୁ ଏହି ପୂଜା କରି ଆସୁଛନ୍ତି । ଏହି ପୂଜା କାର୍ତ୍ତିକ ମାସ ଦୀପାବଳୀର ପୂର୍ବ ସାତ ଦିନ ଆଗରୁ ପୂଜା ଆରମ୍ଭ ହୋଇଥାଏ । ପ୍ରତି ଦିନ ବରୁଆ ଆସିଥାନ୍ତି, ମହିଳାମାନେ ଗାଁ ଗାଁ ବୁଲି ଶୁଆ ଶାରୀ ମୂର୍ତ୍ତିକୁ ଧରି ଗୀତ ଗାଇ ଥାନ୍ତି ଏବଂ ଲୋକେ ଧାନ, ଚାଉଳ, ପଇସା ଦେଇଥାନ୍ତି । ରାତିରେ ଗୀତ ସହ ଦୁଲ୍‌ଦୁଲି ଗଣ୍ଡା ବାଜା ବାଜାଇ ରାତିରେ ଉଜାଗର ରହିଥାନ୍ତି । ଦୀପାବଳୀ ଦିନ ସକାଳରେ ଗାଁ ମୁଣ୍ଡରୁ ମାଟି ଆଣି ବିଭିନ୍ନ ଦେବା ଦେବୀର ମୂର୍ତ୍ତି ତିଆରୀ କରି ରାତିରେ ଗାଁ ପରିକ୍ରମା କରି ପୂଜା ସ୍ଥଳୀକୁ ନିଆଁ ଯାଇଥାଏ । ଗାଁ ଲୋକେ ଗାଁକୁ ଏବଂ ପୂଜା ସ୍ଥଳୀକୁ ସୁସଜିତ କରି ଉଜାଗର ରହି ନାଚ ଗୀତ ସହ ବରୁଆମାନେ ନିଜ ନିଜ ଗୀତବାଦ୍ୟରେ ନାଚିଥାନ୍ତି । ଏଥିରେ ଗୌରୀ, ଇଶ୍ୱର, ବାବା, ଭୀମ, ଭାଲୁ, ହନୁମାନ ଆଦି ବରୁଆ ଆସିଥାନ୍ତି । ରାତି ପାହିଲା ପରେ ସକାଳ ସମୟରେ ସେହି ମୂର୍ତ୍ତିକୁ ଗାଁ ପରିକ୍ରମା କରି ବିସର୍ଜନ କରି ଗାଁର ସମସ୍ତେ ଏକାଠି ହୋଇ ପ୍ରସାଦ ସହ ଭୋଜିର ଆୟୋଜନ ହୋଇଥାଏ । ଏହି ପୂଜାରେ ପୂଝାରୀ ରାମେଶ୍ୱର ଧରୁଆ ପୂଜା କରି ଗ୍ରାମର ଗୋବର୍ଦ୍ଧନ ପୁଟା, ଗୌରସନ ଧାରୁଆ, ସୁନ୍ଦର ପୁଟା, ପଦ୍ମାନ ମାଝୀ, ଭୁବନ ଧାରୁଆ, ମିତ୍ରଭାନୁ ପୁଟା, କୈଳାଶ ମାଝୀ, ଦୀପକ ଦାଉ, ହେମନ୍ତ ଧାରୁଆ, ଦୁର୍ଯ୍ୟୋଧନ ପୁଟା, ଶୁକଲାଲ ମଗର ପ୍ରମୁଖ ସହଯୋଗ କରିଥିଲେ । ଏହି ପୂଜା ପାଇକମାଲ, ଝାରବନ୍ଧ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ପାଳନ କରାଯାଇଥାଏ ।

yuvodaya
Leave A Reply

Your email address will not be published.