jsm

‘କଳାକାର ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ପକ୍ଷରୁ ‘କଳାକାର ପାଇଁ ଗଛଟିଏ’ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁଣ୍ଡାଖାଇ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ମାନସୀ ସାହୁ ଯୋଗଦେଇ ଗଛର ମହତ୍ୱ ବର୍ଣ୍ଣନା କରିବା ସହ ବୃକ୍ଷ ରୋପଣ ପ୍ରାରମ୍ଭ କରିଥିଲେ । ପ୍ରତ୍ୟେକ କଳାକାର ଗୋଟିଏ ଗୋଟିଏ ଗଛ ଲଗାଇବା ସହ ସର୍ବମୋଟ ୨୫ଟି ଗଛ ଲଗାଯାଇଥିଲା । ଗଛ ହିଁ ଜୀବନ ଓ ସଭ୍ୟତାର ମୂଳ ଆଧାର । ଅନୁଷ୍ଠାନ ତଥା ଏହି ସୁନ୍ଦର ପୃଥିବୀକୁ ସୁନ୍ଦର କରିବା ପାଇଁ ଗଛ ଲଗାଇବା ନିତାନ୍ତ ଜରୁରୀ ବୋଲି ନାଟ୍ୟକାର ରାଜକୁମାର ସାହୁ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲାଲସାହେବ ସାହୁ, ଘନଶ୍ୟାମ ଭୋଇ, ରସିକ ବରିହା, ଘନଶ୍ୟାମ ସାହୁ, ଜୟନ୍ତ ସାହୁ, ପିଙ୍କୁ ସାହୁ, ରାଜେଶ ସାହୁ, ଆରାଧ୍ୟା ସାହୁ, ସୁନେଲି ସାହୁ, ଆଦର୍ଶ ସାହୁ, ଭିକ ବରିହା, କଳ୍ପ ସାହୁ, ତାରାକାନ୍ତ ଭୋଇ, ଦୟାନନ୍ଦ ସାହୁ କୁଳମଣି ପଶାୟତ ପ୍ରମୁଖ ସହାୟତା କରିଥିଲେ ।

yuvodaya
Leave A Reply

Your email address will not be published.