jsm

ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କ ଉପସ୍ଥିତିରେ ଜୋନସ୍ତରୀୟ ରେଲୱେ ବୈଠକ ଅନୁଷ୍ଠିତ

csstore

ସମ୍ବଲପୁର : ସମ୍ବଲପୁର ଗ୍ରାଣ୍ଡ ଶିବା ଠାରେ ରେଲୱେ ଡିଭିଜନାଲ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସଭା ସାଂସଦ ସୁରେଶ ପୂଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଂସଦ ରାଜ୍ୟସଭା ନିରଞ୍ଜନ ବିଶି ପ୍ରଥମେ ରେଲୱେ ସମ୍ବନ୍ଧିତ ବିଭିନ୍ନ ପ୍ରସ୍ତାବ ଗୁଡିକ ଉପସ୍ଥାପନା କରିଥିଲେ । ପ୍ରସ୍ତାବ ଗୁଡିକ ମଧ୍ୟରେ ବଲାଙ୍ଗିର ଖୋର୍ଦ୍ଧା ରେଲୱେ ଲାଇନର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଟ୍ରେନ୍‌ ଚଳାଚଳ ସୁନିଶ୍ଚିତ କରିବା, ବଲାଙ୍ଗିର ନୂଆପଡ଼ା ଭାୟା ହର୍ଡ଼ାଟାଲ, ଚୂଡ଼ାପାଲି, ଭଇଁସା, ପାଟଣାଗଡ, ଖପ୍ରାଖୋଲ ରେଲୱେ ଲାଇନର ଫାଇନାଲ ଲୋକେସନ ସର୍ଭେ କାର୍ଯ୍ୟ ତୁରନ୍ତ ସମାପ୍ତ କରି ରେଲୱେ ଲାଇନ ନିର୍ମାଣ କାର୍ଯ୍ୟ କରିବା, କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଥିବା ୭୫୦ ଏକର ରେଲୱେ ଜମିରେ ରେଳ ୱାଗନ ଫାକ୍ଟ୍ରି, ହସ୍ପିଟାଲ ନିର୍ମାଣ କରିବା, ଟିଟିଲାଗଡ଼ ରେଲୱେ ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ପ୍ରତିକ୍ଷା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ତୁରନ୍ତ ଶୌଚାଳୟ, ବିଶ୍ରାମ କକ୍ଷ, ଲିଫ୍ଟ, ବେଟେରି ଚାଳିତ କାର, ଯାନବାହାନ ରଖିବା ସୁବିଧା କରିବା, ସମତା ଏକ୍ସପ୍ରେସ ଟ୍ରେନ୍‌ ସପ୍ତାହରେ ପାଞ୍ଚ ଦିନ ପରିବର୍ତ୍ତେ ୭ ଦିନ ଚଳାଚଳ କରିବା, ବଲାଙ୍ଗିର ରେଲୱେ ଷ୍ଟେସନରେ ଲିଫ୍ଟର ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ବର୍ଷା ଦିନ ଟିକେଟ କାଉଣ୍ଟରରୁ ପ୍ଲାଟଫର୍ମକୁ ଯିବା ପାଇଁ ୱାଟର ପ୍ରୁଫ ବ୍ୟବସ୍ଥା, ବେଟେରି ଚାଳିତ ଗାଡ଼ି ବ୍ୟବସ୍ଥା, କଣ୍ଟାବାଞ୍ଜିରୁ ଜୟପୁର ଭାୟା କୋକସରା ଧର୍ମଗଡ଼ ରେଲୱେ ଲାଇନ ନିର୍ମାଣ, ଭୁବନେଶ୍ୱର ବଲାଙ୍ଗିର ଇଣ୍ଟରସିଟି ଟ୍ରେନ୍‌କୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ହୀରାକୁଦ ଏକ୍ସପ୍ରେସ ଟ୍ରେନ୍‌କୁ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ବଲାଙ୍ଗିର ବରଗଡ଼ର ଯାତ୍ରୀ ନୂଆଦିଲ୍ଲୀକୁ ଯାତାୟାତ ପାଇଁ ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା କରିବା ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସାଂସଦ ଶ୍ରୀ ବିଶିଙ୍କ ପ୍ରସ୍ତାବ ଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ରେଲୱେ କର୍ତ୍ତୃପକ୍ଷ ସମ୍ମତି ପ୍ରକାଶ କରିଥିଲେ । ବୈଠକରେ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା, ନୀତିଶ କୁମାର ଗଙ୍ଗଦେବ, ବସନ୍ତ କୁମାର ପଣ୍ଡା ପ୍ରମୁଖ ମଧ୍ୟ ଯାତ୍ରୀମାନଙ୍କ ସୁବିଧା, ନୂତନ ରେଲୱେ ଲାଇନ, ଗତିଶକ୍ତି, ବୁଲେଟ ଟ୍ରେନ, ଦିଲ୍ଲୀ ମୁମ୍ବାଇ ଭଳିଆ ଓଡିଶାବାସୀଙ୍କ ପାଇଁ ମେଟ୍ରୋ ଟ୍ରେନ୍‌ ବ୍ୟବସ୍ଥା ଉପରେ ପ୍ରସ୍ତାବ ଆଗତ କରିଥିଲେ । ରେଲୱେ କର୍ତ୍ତୃପକ୍ଷ ତରଫରୁ ମହା ପ୍ରବନ୍ଧକ, ଡି.ଆର.ଏମ, ସର୍ବୋଚ୍ଚ ବିଦ୍ୟୁତ ଯନ୍ତ୍ରୀ, ସର୍ବୋଚ୍ଚ ବାଣିଜ୍ୟ ଯନ୍ତ୍ରୀ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ, ରେଲୱେ ପୋଲିସ ମହାନିର୍ଦ୍ଦେଶକ ସହିତ ଇଷ୍ଟ କୋଷ୍ଟ ରେଲୱେ ଜୋନର ସମସ୍ତ ଅଧିକାରୀ, ଯନ୍ତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.