ସେକ୍ସ ର‍୍ୟାକେଟ୍‌ର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେକ୍ସ ର‍୍ୟାକେଟ୍‌ର ଅଭିଯୁକ୍ତମାନଙ୍କୁ ଆଜି ପୂର୍ବାହ୍ନରେ କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ଟାଉନ୍‌ ଥାନା ଆଇଆଇସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ତା.୧୩.୧୦.୨୦୨୨ରିଖ ସନ୍ଧ୍ୟା ପ୍ରାୟ ୬.୨୫ ଟା ସମୟରେ ଜାନବୀ ଘିବେଲା ନାମ୍ନୀ ଜଣେ ମହିଳା ତାଙ୍କ ରହୁଥିବା ଘର ଶାସ୍ତ୍ରୀନଗରରେ ଝିଅମାନଙ୍କୁ ଅଧିକ ଟଙ୍କା ଦେଇ ଦେହ ବ୍ୟାପାର (ବେଶ୍ୟାବୃତି) କରାଉଥିବା ସଂପର୍କରେ ଏସ୍‌ଡ଼ିପିଓଙ୍କୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ବେହେରା ଅନ୍ୟ ଷ୍ଟାଫମାନଙ୍କ ସହିତ ଉକ୍ତ ଘର ଉପରେ ଚଢାଉ କରିଥିଲେ । ସେଠାରୁ ୩ ଜଣ ବ୍ୟକ୍ତି ତରଭାର ରାଜେଶ ବନଛୋର(୩୧), ଲୋଇସିଂହା ଥାନା ଖୁର୍ଲିମୁଣ୍ଡାର ନରେନ୍ଦ୍ର ବାରିକ(୩୦), ପୁଇଁତଲା ଥାନା ଜଡ଼ଜଡ଼ ଗ୍ରାମର ଯୁଧିଷ୍ଟିର ଜାଲ(୫୦) ସହ ୧୦ ଜଣ ପୀଡିତ ମହିଳା (ବିଭିନ୍ନ ସ୍ଥାନ ଯଥା କୋଲକାତା, ଭୁବନେଶ୍ବର, କେନ୍ଦୁଝର, ରାୟପୁର, ବଲାଙ୍ଗିର) ଉଦ୍ଧାର କରାଯାଇଥିବା ବେଳେ ଦଲାଲ ଜାନବୀ ଘିବେଲା(୩୫)ଙ୍କୁ ମଧ୍ୟ କାବୁ କରାଯାଇଥିଲା । ଘରକୁ ସର୍ଚ କରିବା ବେଳେ ସେଠାରୁ ୪ଟି ମୋବାଇଲ, ୯ଟି ଫ୍ଲେକ ସିଗାରେଟ, ୨ଟି ପ୍ରେଗା ନ୍ୟୁଜ କିଟ୍‌, ୧୧ଟି ବ୍ୟବହାର ହୋଇଥିବା କଣ୍ଡୋମ, ୧ଟି ବକଡ଼ି ଲେମନ ରମ୍‌ ୯୦ମି.ଲି, ୦୨ ସ୍ଟ୍ରିପ ପୌରୁଷ ଜୀବନ ଟାବ୍ଲେଟ, ୧୨ଟି ଅବ୍ୟବହୃତ ମେନଫୋର୍ସ କଣ୍ଡୋମ, ନଗଦ ଟ.୨୧୫୦୦/-, ୧ଟି ରୟାଲ ଏନଫିଲ୍ଡ ଗାଡି ନ-ଓଡ଼ି୦୩କେ୮୨୮୨, ୧ଟି ହୋଣ୍ଡା ସିପ ଏସପି ଗାଡି ନ-ଓଡ଼ି୩୧ଜେ୬୧୬୭ ଏବଂ ୧ଟି ହୀରୋ ହୋଣ୍ଡା ଡିଲକ୍ସ ନ-ଓଡ଼ି୧୭ଆର୍‌୫୫୫୬ । ପରେ ଇନ୍ସପେକ୍ଟର ବେହେରା ଉପରୋକ୍ତ ଜିନିଷ ଜବତ୍‌ କରି ଦଲାଲ, ମୁଦାଲା, ପୀଡ଼ିତା ସହିତ ଥାନାକୁ ଆସି ରିପୋର୍ଟ କରିଥିଲେ । ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ବୁଦ୍ଧଦେବ ବିଶ୍ଵାଳ ଏଥିର ତଦନ୍ତ କରି ଅପରାଧୀ ରାଜେଶ ବନଛୋର(୩୧), ନରେନ୍ଦ୍ର ବାରିକ(୩୦), ଯୁଧିଷ୍ଟିର ଜାଲ(୫୦) ଓ ଜାନବୀ ଘିବେଲା(୩୫)ଙ୍କୁ ଆଜି ତା.୧୪.୧୦.୨୨ ରିଖ ସମୟ ଦିନ ୧୦ ଘଣ୍ଟା ସମୟରେ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଛି । ଏହି ମାମଲାରେ ଆଉ ଅନ୍ୟ କୌଣସି ବ୍ୟକ୍ତିର ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ଟାଉନ ଥାନା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

9 + 5 =