ବଲାଙ୍ଗିର ଦିନ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ ପାଳନକୁ ନେଇ ବଲାଙ୍ଗିର ଜିଲ୍ଲା ଏବଂ ସହରର ସମସ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଦଳକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତେ ଏକଜୁଟ ହୋଇ ବଲାଙ୍ଗିର ଦିନକୁ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ବଲାଙ୍ଗିରର ଐତିହକୁ ନେଇ ପାଳନ କରିବା ପାଇଁ ବୈଠକରେ ପ୍ରସ୍ତାବ ଆଗତ ହୋଇଥିଲା ଏବଂ ଏ ବର୍ଷ ନିଆରା ଓ ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଆମାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରାଯିବା ସହ ଏହି କାର୍ଯ୍ୟକ୍ରମରେ ସମସ୍ତ ବର୍ଗ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବର୍ଗର ସାମାଜିକ, ସାଂସ୍କୃତିକ, ରାଜନୈତିକ ଦଳ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ନାଗରିକ କମିଟି, ନଟରାଜ କଳାପରିଷଦ, ୟୁଥ ଏକ୍ସନ କମିଟି, ଦୁଲଦୁଲି କଳାପରିଷଦ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ନାରୀ ଶକ୍ତି ଫାଉଣ୍ଡେସନ, ବିଶ୍ୱ ହିନ୍ଦୁ ପରିସଦର ମାତୃଶକ୍ତି, ସ୍ୱେଚ୍ଛାସେବୀ ସଂଗଠନ, ପୂର୍ବତନ ସୈନିକ ସଂଘ, ଲିବେରେସନ, କର୍ତ୍ତବ୍ୟ ଫାଉଣ୍ଡେସନ, ଯୁବ କୁଲତା ସମାଜ, ପଶ୍ଚିମ ଓଡିଶା ଯୁବା ମଞ୍ଚ, ବଜରଙ୍ଗ ଦଳ, ସ୍ମାଇଲ ଫର୍‌ ଅଲ୍‌ ଫାଉଣ୍ଡେସନ, ମାହେଶ୍ୱରୀ ସେନା, ୟଙ୍ଗମେନ୍‌ ଖ୍ରୀଷ୍ଟିୟାନ ସଂଘ, ସ୍ୱାଭିମାନ ପରିବାର, ସୋନି ସଦର ସଂଘ, ଅସିମ କେରାଟେ ଏସୋସିଏସନ୍‌, ବଲାଙ୍ଗିର ଯୁବ କଳାକାର ସଂଘ, ବଲାଙ୍ଗିରିଏନ୍‌ ଧାଙ୍ଗରୀ ଗୃପ୍‌, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

14 + eight =