oom

ଖପ୍ରାଖୋଲ ପୋଲିସର ପେଟ୍ରୋଲିଂ ବେଳେ ଧଣ୍ଡାମୁଣ୍ଡା ଗାଁ ନିକଟରୁ ବୋଲେରୋ ଗାଡି ସହ ୫ ଶିଶୁ ସମେତ ୧୬ ଦାଦନ ଶ୍ରମିକ ଉଦ୍ଧାର

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ଠାରେ ପେଟ୍ରୋଲିଂ ବେଳେ ପୋଲିସ ୫ ଶିଶୁ ସମେତ ୧୬ ଦାଦନ ଶ୍ରମିକ ମଙ୍ଗଳବାର ଅପରାହ୍ନରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ, ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼ଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ବୋଲେରୋ ଗାଡି ଦୃତ ଗତିରେ ଯାଉଥିବାରୁ ତାକୁ ଅଟକାଇ ପଚରା ଉଚୁରା କରିଥିବା ବେଳେ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣି ପାରିଥିଲେ । ଏହାପରେ ବୋଲେରୋ ସହ ସମସ୍ତଙ୍କୁ ଖପ୍ରାଖୋଲ ଥାନାକୁ ଆଣିଥିଲେ । ପଚରା ଉଚୁରା ବେଳେ ଶ୍ରମିକମାନେ ଭାନପୁର ଗାଁର ଓ ବରଗଡ଼ ଜିଲ୍ଲା ପାଇକମାଲ ଥାନା ନିଲାଥର ଗାଁର ବୋଲି ଜଣାଯାଇଥିଲା । ମୋଟ ଚାରିଜଣ ପୁରୁଷ, ଛଅ ଜଣ ମହିଳା ଓ ପାଞ୍ଚ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠାଇ ଦେଇଥିବା ଜଣାପଡିଛି । ଦାଦନ ଚାଲାଣ ଅଭିଯୋଗରେ ବେଲପଡ଼ା ଥାନା ଜାମଜୁରି ଗାଁର ବିଶ୍ୱନାଥ ତାଣ୍ଡି(୪୦) ଓ ଗାଡ଼ି ଡ୍ରାଇଭର ଧୁବୁଲେଶ୍ୱର ସାହୁ (୩୧)ଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଦାଦନ ଚାଲାଣ ହେଉଥିବା ବୋଲେରୋ (ଓଆର ୦୫ ଟି ୪୧୫୦)କୁ ଜବତ କରିଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୧୬୩/୨୨ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଦିନେ ତଳେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ବେଆଇନ ଦାଦନ ଚାଲାଣ ଉପରେ କଡା କଡ଼ି ନଜର ରହିଥିବା କହିଥିବା ବେଳେ ଏବେ ଖପ୍ରାଖୋଲ ଥାନା ଦାଦନ ଶ୍ରମିକ ଉଦ୍ଧାର ଘଟଣା ବେଆଇନ ଦାଦନ ଚାଲାଣ ପାଇଁ ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.