ବାଲିଗଦାରେ ପୋତି ହୋଇ ୬ ମୃତ

ଜୟପୁର : ରାଜସ୍ଥାନର କରୌଲି ଜିଲ୍ଲା ଅଧୀନସ୍ଥ ସିମିର ପଞ୍ଚାୟତରେ ଏକ ବାଲିଗଦା ଭୁଶୁଡ଼ି ପଡ଼ିବାରୁ ତଳେ ପୋତିହୋଇ ଗୋଟିଏ ପରିବାର ୬ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଗାଁ ଲୋକେ ବାଲି ହଟାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ରାମନିରି ମାଲି(୪୦), ଝିଅ ଖୁସ୍‌ବୁ(୫), ଅଞ୍ଜୁ(୭), କୋମଲ(୮), ସମ୍ପର୍କୀୟ ଅନିତା ମାଲି(୨୫) ଏବଂ କେଶାତି ଦେବୀ(୪୨)ଙ୍କ ମୃତ୍ୟୁ ଘଟିିଥିଲା । ଆହତମାନଙ୍କୁ ସପୋତ୍ରାସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି । ଏନେଇ ଗାଁରେ ଶୋକାର ଛାୟା ଖେଳିଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.

thirteen + 14 =