ହାତୀ ଆକ୍ରମଣରେ ଚାଷୀ ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରସି ରେଞ୍ଜ କ୍ଷେତମୁଣ୍ଡାଳି ଗ୍ରାମର ଚାଷୀ ପବିତ୍ର ପାତ୍ର(୪୦)ଙ୍କୁ ଗତକାଲି ରାତିରେ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ପବିତ୍ର ଗୁରୁତର ହୋଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପବିତ୍ରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ସୂଚନା ଅନୁସାରେ, ମେଡିକାଲରେ ଡାକ୍ତର ପବିତ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରକାଶ ଯେ, ହାତୀପଲ କ୍ଷେତମୁଣ୍ଡାଳି ଅଞ୍ଚଳରେ ଧାନ ଫସଲ ଖାଉଥିଲେ । ତେଣୁ ଚାଷୀମାନେ ଫସଲ ରକ୍ଷା କରିବାକୁ ଯାଇ ହାତୀ ଘଉଡ଼ାଇବାକୁ ଯାଇଥିଲେ । ଏହି ସମୟରେ ହାତୀପଲ ଲୋକଙ୍କ ଆଡ଼େ ଗୋଡ଼ାଇ ଆସିଥିଲା । ପବିତ୍ର ଦୌଡ଼ି ଯାଇ ନ ପାରି ତଳେ ପଡ଼ିଯାଇଥିଲେ । ଏହାପରେ ଏକ ହାତୀ ପବିତ୍ରଙ୍କୁ ଦଳି ଦେଇଥିଲା । ଖବରପାଇ ଡିଏଫ୍‌ଓ ସୁଦର୍ଶନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.

error: Content is protected !!