pakka

ପାଟଣାଗଡ ବିଜେଡି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜେଡି ପକ୍ଷରୁ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ଠାରେ ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ନୂଆଖାଇଁ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ବିଜୁ ଜନତା ଦଳର କର୍ମୀମାନେ ହାଟପଦା ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ଠାରେ ସକାଳ ୧୧ଟାରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ସହର ମୁଖ୍ୟ ରାସ୍ତା ଦେଇ ବିଧାୟକ ସମେତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦଳୀୟ କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଉପାଧ୍ୟକ୍ଷା ଲକ୍ଷ୍ଖୀ ମାଝୀ, ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ଉପାଧ୍ୟକ୍ଷ ପ୍ରଫୁଲ କୁମାର ମେହେର, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଅନୁପମା ପଟେଲ, ଜିଲ୍ଲା ପରିଷଦ ସଦସ୍ୟା ବିଶେଶ୍ଵରୀ ବରିହା, ପାଟଣାଗଡ଼ ବ୍ଲକ ବିଜେଡି ସଭାନେତ୍ରୀ ବିଦ୍ୟୁଷ୍ମୀତା ମହାକୁର, ବିଧାୟକଙ୍କ ନୋମିନୀ ହୀମାଞ୍ଚଳ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ପରିପ୍ରେକ୍ଷିରେ ବିଧାୟକ ଶ୍ରୀ ମେହେର ଏକତ୍ରୀତ ହୋଇ ପାଟଣାଗଡ଼ ବିଜେଡିକୁ ସୁଦୃଢ କରିବା ପାଇଁ ଆହ୍ୱ।ନ କରିଥିଲେ । ବ୍ଲକରୁ ୩୦ ଗୋଟି ପଞ୍ଚାୟତରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ବିଧାୟକ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଯୁବରାଜ ମେହେର ସଭା ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କର୍ମୀ ସହ ଦଳୀୟ କର୍ମକର୍ତ୍ତା ଯୋଗଦେଇ ଥିଲେ । ବିଜେଡି ମିଡିଆ ପ୍ରଭାରୀ ପ୍ରଦୀପ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

eleven − 6 =

error: Content is protected !!