jsm

ଡମ୍ପିଂ ୟାର୍ଡ ସାଜିଛି ବିଜୁ ଏକ୍ସପ୍ରେସ ସଡ଼କ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡମ୍ପିଂ ୟାର୍ଡ ସାଜିଛି ବିଜୁ ଏକ୍ସପ୍ରେସ ସଡ଼କ । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସଦର ଗ୍ରାମର ଅବସ୍ଥା ଦେଖିଲେ ଓଡ଼ିଶାର ପୂର୍ତ୍ତ ବିଭାଗର ଅସଲ ରୂପ ତଥା ପାଇକମାଲ ବ୍ଲକ ପ୍ରଶାସନର ସ୍ଥାଣୁତା ଜଳ ଜଳ ଦେଖିବାକୁ ମିଳୁଛି । ରାସ୍ତା ତିଆରି କରିବା ସମୟରେ ଡ୍ରେନ ବ୍ୟବସ୍ଥା ନ କରିବାରୁ ପାଇକମାଲବାସୀ ସକାଳ ହେଲେ ଡ୍ରେନ ପାଣିରେ ଗୋଡ଼ ଧୋଉଥିବା ବେଳେ ପୂର୍ତ୍ତ ବିଭାଗକୁ ନିତିଦିନ ଗାଳି ଦେଉଥିବା ପରିଲକ୍ଷିତ ହୁଏ । ଏହାଛଡ଼ା ପାଇକମାଲ ବ୍ଲକ ପ୍ରଶାସନ ସବୁ ଦେଖି ଜାଣିଶୁଣି ନିଦାବିଷ୍ଣୁ ସାଜିବା ଓଡ଼ିଶା ସରକାରଙ୍କ ୫ଟି ଯୋଜନାକୁ ଆଙ୍ଗୁଳି ନିର୍ଦେଶ କରୁଛି । ପାଇକମାଲ ଏକ ବ୍ଲକ ହେଡକ୍ୱାର୍ଟର କହିବା ପାଇଁ ମଧ୍ୟ ଲାଜ କରୁଛନ୍ତି ଲୋକେ, ଏଠାରେ ନିଯୁକ୍ତି ପାଇଥିବା ବ୍ଲକ କର୍ମଚାରୀ ମାନେ କିଭଳି ଏହି ସହରରେ ସବୁ ଦେଖି ଜାଣିଶୁଣି ମଧ୍ୟ ଚୁପ୍‌ ରହିବା ତାଙ୍କର ଅପାରଗତାକୁ ପଦାରେ ପକାଉଛି ବୋଲି ସାଦାରଣରେ ମତ ପ୍ରକାଶ ପାଉଛି । ଆଗାମୀ ଦିନରେ ରାଜ୍ୟ ରାଜପଥ କଡ଼ରୁ ଆବର୍ଜନା ନ ହଟିଲେ ସ୍ଥାନୀୟ ଜନସାଧାରଣ ପାଇକମାଲ ମୁଖ୍ୟ ସଡ଼କ ଉପରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

yuvodaya
Leave A Reply

Your email address will not be published.