pakka

କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ପ୍ରଥମ ରାଜ୍ୟ ସ୍ତରୀୟ ସାଙ୍ଗଠନିକ ବୈଠକ

bbehera

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସ୍ଥିତ ମଙ୍ଗଲମ୍ ପେଲେସ୍ ହୋଟେଲରେ କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା (କେ ଏମ୍ଏମ୍)ର ପ୍ରଥମ ରାଜ୍ୟ ସ୍ତରୀୟ ସାଙ୍ଗଠନିକ ବୈଠକ ସମ୍ୱଲପୁରର କୋଶଳବାଦୀ ନେତା ଭକ୍ତ ପ୍ରସାଦ ନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା, କଳାହାଣ୍ଡି, ସମ୍ୱଲପୁର, ଝାରସୁଗୁଡ଼ା ଜିଲ୍ଲା କେ.ଏମ୍.ଏମ୍‌ର ନୂତନ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଆଗକୁ ସଙ୍ଗଠନକୁ ଆହୁରି ମଜବୁତ କରାଯିବା ସଙ୍ଗେ ନୂତନ ରଣନୀତି, ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ସାଂସଦ ମାନଙ୍କ ଘରକୁ ଘେରିବା, ୨୮ ତାରିଖର ଓକିଲ ସମୂହଙ୍କ ପ୍ରତିବାଦକୁ ସମର୍ଥନ, କୋଶଲାଞ୍ଚଳକୁ ଚାରୋଟି ଜୋନ କରି ପଦଯାତ୍ରା କରିବା ଇତ୍ୟାଦି ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ କେ.ଏମ୍.ଏମ୍‌ର ସଭାପତି ସାଗର ଚରଣ ଦାସ, କାର୍ଯ୍ୟକାରୀ ସଭାପତି ସୁବାଷ ନାୟକ, ସମ୍ପାଦକ ଜନାର୍ଦନ ସିଂ, ଉପ ସଭାପତି ଗଣେଶ ସାହୁ, ଉପସଭାପତି ବିକାଶ ଅଗ୍ରୱାଲ ସଙ୍ଗଠନର କେନ୍ଦ୍ରୀୟ କମିଟିରୁ ସପନ ମିଶ୍ର, ଭକ୍ତ ନନ୍ଦ, ସଦାନନ୍ଦ ପଣ୍ଡା, କେ.ଏମ୍.ଏମ୍ ଜିଲ୍ଲା ସଭାପତି ବରଗଡ଼ର ଘନଶ୍ୟାମ ସାହୁ, ବଲାଙ୍ଗିର ଜିଲ୍ଲା ସଭାପତି ବିକାଶ ସା, କେ.ଏମ୍.ଏମ୍ ଛାତ୍ର ମୋର୍ଚ୍ଚା ଆବାହକ ଆକାଶ ପଣ୍ଡା, ରୁତୁରାଜ ପଧାନ, ବିଶିଷ୍ଟ ଚାଷୀ ନେତା ରମେଶ ମହାପାତ୍ର,
ଯୁଗ୍ମ ସମ୍ପାଦକ ବନମାଲି ନାଏକ, କାଶି ମେହେର, ଶାନ୍ତନୁ ରଣା, ନିତିନ ପଧାନ, ସାହାରୁକ ଖାଁ, ପାଶା ମହାନନ୍ଦ, ନୂତନ ଗୋକରିଆ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

eleven − eleven =