pakka

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ପାରଦର୍ଶିତା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ପାଞ୍ଚଜଣ ଛାତ୍ରଛାତ୍ରୀ ଅର୍ଥନୀତିର ସ୍ନାତକୋତ୍ତର ଏମ୍‌ଏରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତନ୍ମୟ ଶିଖା, ସ୍ନେହଲତା ବେହେରା, ମାନସ ସେଠ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଚୟନ ହୋଇଛନ୍ତି । ଏହା ଅର୍ଥନୀତି ବିଭାଗର ସମସ୍ତ ଅଧ୍ୟାପକ ମାନଙ୍କର କଠିନ ପରିଶ୍ରମ ଓ ଛାତ୍ରଛାତ୍ରୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ.ବିରଞ୍ଚି ସାହୁ ଜଣାଇଛନ୍ତି । ଏହା ମହାବିଦ୍ୟାଳୟର ଶୈଖିକ ପରିବେଶ, ଶାନ୍ତି ଶୃଙ୍ଖଳା ଛାତ୍ରଛାତ୍ରୀଙ୍କୁ ଏକାଡେମିକ କେରିଅର ଗଠନ ପାଇଁ ସହାୟକ ହେଉଛି ବୋଲି ପ୍ରାଧ୍ୟାପକ ଡ.ସାହୁ ଜଣାଇଛନ୍ତି ।

Leave A Reply

Your email address will not be published.

one + twelve =