pakka

ମେଧାବୀ ଛାତ୍ରକୁ ପାଠପଢ଼ାରେ ସହଯୋଗ କଲେ ସମାଜସେବୀ ଦେବାନନ୍ଦ ବାବୁ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ସବୁବେଳେ ପରଦା ପଛରେ ରହି ଅଞ୍ଚଳର କଳା ସଂସ୍କୃତି ତଥା ଗ୍ରାମାଞ୍ଚଳରେ ହେଉଥିବା କ୍ରୀଡ଼ା ପ୍ରତିଯୋଗିତାକୁ ଆର୍ଥିକ ପ୍ରୋତ୍ସାହନ ଦେବା ସହିତ ଧର୍ମାନୁଷ୍ଠାନ ମାନଙ୍କୁ ବିଭିନ୍ନ ସମୟରେ ସହାୟତା ଯୋଗାଇ ଅନ୍ୟ ଶିଳ୍ପପତି ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଥିବା ସମାଜସେବୀ ଇଂ. ଦେବାନନ୍ଦ ବାବୁ ପୁଣିଥରେ ତାଙ୍କର ମହାନତା ଦେଖାଇଛନ୍ତି । ବରପାଲି ଅଞ୍ଚଳର ଜଣେ ମେଧାବୀ ଗରିବ ଶ୍ରେଣୀର ଛାତ୍ର ପରିବାରର ଆର୍ଥିକ ସମସ୍ୟା କାରଣରୁ ଦଶମ ଶ୍ରେଣୀ ପାଠପଢ଼ାରେ ଅସୁବିଧା ହେଉଥିବା ଖବର ଦେବାନନ୍ଦ କୌଣସି ସୂତ୍ରରୁ ପାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ଉକ୍ତ ଛାତ୍ର ପାଇଁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରିବା ସହ କିଛି ଆର୍ଥିକ ସହଯୋଗ କରିଛନ୍ତି । ଏତିକିରେ ଦେବାନନ୍ଦ ବାବୁଙ୍କ କାର୍ଯ୍ୟ ସମ୍ପାଦନ ହୋଇନାହିଁ ଭବିଷ୍ୟତରେ ମଧ୍ୟ ଉକ୍ତ ଛାତ୍ରର ପାଠପଢ଼ାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏପରି ସେବା ଭାବନା ପାଇଁ ଜଣାଶୁଣା ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ ଇଂଜିନିୟର ଦେବାନନ୍ଦ ବାବୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jay balangir
Leave A Reply

Your email address will not be published.

one × two =