jsm

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଶାଖାର ନବମ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟ୍‌ଘାଟ ଉତ୍ସବ ଅନୁଷ୍ଠିତ

csstore

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ନବମ ବାର୍ଷିକ ଉତ୍ସବ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ସଭାପତି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବରଗଡ ଯୁବ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଝସକେତନ ପଧାନ ସମ୍ମାନିତ ଅତିଥି ଭାବେ ଆକାଶବାଣୀ ସ୍ୱୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ତଥା କବି ତଥା ସାହିତ୍ୟିକ ଦେବେନ୍ଦ୍ର କୁମାର ପ୍ରଧାନ, ସମ୍ବଲପୁରୀ ବସ୍ତ୍ରାଳୟ ବରଗଡ ସଭାପତି ସମ୍ବିତ ଆଚାର୍ଯ୍ୟ, ବରଗଡ ପୌରାଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଗଣ ମାଧ୍ୟମ ଭୂମିକା ଉପରେ ବିଧାୟକ ଆଚାର୍ଯ୍ୟ ବକ୍ତବ୍ୟ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ଗଣମାଧ୍ୟମର ଦାୟିତ୍ୱ ଏବଂ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଉପସଭାପତି କିଶନ ଲାଲ ଅଗ୍ରୱାଲ, ନିର୍ବାଚନ ଅଧିକାରୀ ପରମାନନ୍ଦ ମିଶ୍ର, ମୋତିଲାଲ ବାଗ, ଭବାନୀ ପାଢୀ, ହିମାଂଶୁ ନନ୍ଦ, ଆକାଶ ମେହେର, ଜଗନ୍ନାଥ କୁମ୍ଭାର, ନାରାୟଣ ବେହେରା, ସୁରେନ୍ଦ୍ର ମେହେର, ଆନନ୍ଦ ମହାପାତ୍ର, ଜନକରାମ ଦାଶ, ଶୁଶୋଭନ ଦାଶ, ଜଗବନ୍ଧୁ ସାହୁ, ସଂଜୀବ ଲୁହା, ଧରଣୀ ଧର ବାରିକ, ସହ ସମ୍ପାଦକ ଚୈତନ୍ୟ ବାଗ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦିଲ୍ଲିପ ସାୱଡିଆ, ରୀତୁ ସନନ ଏବଂ କଳାକାହ୍ନୁ ଦୀପଙ୍କୁ ସେବାଶ୍ରୀ ସମ୍ମାନ, ଡାକ୍ତର ପ୍ରବୀଣ ଅଗ୍ରଓ୍ବାଲଙ୍କୁ ସ୍ବାସ୍ଥ୍ୟସେବା ସମ୍ମାନ, ରୀନା ମହାପାତ୍ରଙ୍କୁ ବେଷ୍ଟ କାଉନସିଲର ସମ୍ମାନ, ଆନନ୍ଦ ବେହେରାଙ୍କୁ ସମାଜସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂଘର ସଂପାଦକ ବଳରାମ ଦୀପ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ସରୋଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.