pakka

ବେନକେରାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

bbehera
  • ସ୍ୱାସ୍ଥ୍ୟ ହିଁ ସମ୍ପଦ : ସାଂସଦ ନିରଞ୍ଜନ ବିଶି

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରାଠାରେ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପରାମର୍ଶଦାତା ସଦସ୍ୟ ନିରଞ୍ଜନ ବିଶିଙ୍କ ଉଦ୍ୟମ କ୍ରମେ ରୋଟାରୀ କ୍ଲବ ବଲାଙ୍ଗିରଙ୍କ ଆୟୋଜନ ଓ ସହଯୋଗରେ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ସ୍ଥାନୀୟ ଆଶ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସାଂସଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଡାକ୍ତରଖାନାଠାରୁ ଏହି ଅଞ୍ଚଳ ଅପହଞ୍ଚ ଇଲାକା ବା ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳର ଜନସାଧାରଣ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବାରୁ ଏହି ସ୍ଥାନକୁ ଚିହ୍ନଟ କରି ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରାଯାଇଛି । ଉତ୍ତମ ସ୍ୱାସ୍ଥ୍ୟ ସେବାରୁ କାହାକୁ ବଞ୍ଚିତ କରାଯିବ ନାହିଁ ବୋଲି ମୁଖ୍ୟ ଅତିଥି କହିଥିଲେ । ଜନସାଧାରଣ ସଚେତନ ଅଭାବ ହେତୁ ବିଗତ ଦିନରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଅନେକ ଅଘଟଣ ଘଟି ଥିଲା । ଖପ୍ରାଖୋଲ ବ୍ଲକ ମେଲେରିଆ ପ୍ରବଣ ଅଞ୍ଚଳ ହୋଇଥିବାରୁ ତାହାକୁ ଦୃଷ୍ଟିରେ ରଖି ଖପ୍ରାଖୋଲ ବ୍ଲକକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗ୍ରାଧିକାର ଦେବାକୁ କହିଥିଲେ । ଆଜିର ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଡ. କୁବେର ଚନ୍ଦ୍ର ମହନ୍ତ, ଡ. ତୁଷାର କାନ୍ତ ଠାକୁର, ଡ. ଉତ୍କଳମଣି ମେହେର, ଡ. ବାଳକୃଷ୍ଣ ପୁରୋହିତ, ଡ. ବିନୟ ମେହେର, ଡ. ସୋମ୍ୟ ପ୍ରତୀକ ଦୋରା ଯୋଗ ଦେଇ ରୋଗୀମାନଙ୍କୁ ଚିକିତ୍ସା କରିଥିଲେ । ରୋଗୀମାନଙ୍କୁ ମାଗଣା ଚିକିତ୍ସା କରିବା ସହ ଔଷଧ ମଧ୍ୟ ମାଗଣାରେ ଦେଇଥିଲେ । ରୋଟାରୀ କ୍ଲବ ପକ୍ଷରୁ ବିଷ୍ଣୁ ପ୍ରସାଦ କେଡ଼ିଆ, ରୋଟାରୀ କ୍ଲବ ସଭାପତି କହ୍ନେୟା ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ, ସଞ୍ଜିତ ଅଗ୍ରୱାଲ, ଗଜେନ୍ଦ୍ର ଭମର, କୈଳାସ ଅଗ୍ରୱାଲ, ସୁଦୀସ ଗୁପ୍ତା ଆଜିର ମୁଖ୍ୟ ଉଦ୍ୟୋକ୍ତା ଭାବେ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ସଂଘର ମହିଳା ସଭାନେତ୍ରୀ ଲକ୍ଷ୍ମୀ ଶବର, ଗିରିରାଜ ଭୋଇ, ଘନ ଭୁଏ, ସତ୍ୟଭାମା ମାଝୀ, ଧର୍ମ ରାଜ ବରିହା, ରାଜୀବ ବରିହା, ଯଦୁମଣି ବରିହା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

five + 20 =