
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ନିୟୋଜନ କାର୍ଯ୍ୟଳୟ, ବଲାଙ୍ଗିର ଏବଂ ଏସଆଇଏସ ଲିମିଟେଡ଼ ରିଜିଓନାଲ ଟ୍ରେନିଂ ଏକାଡେମୀ କଟକର ମିଳିତ ସହଯୋଗରେ ବଲାଙ୍ଗିର ଜିଲ୍ଲାର ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଉପଲବ୍ଧ କରାଇବା ସକାଶେ ସୁରକ୍ଷା କର୍ମୀ ଓ ସୁରକ୍ଷା ସୁପରଭାଇଜର ପଦବୀରେ ନିଯୁକ୍ତି ପାଇଁ ଆସନ୍ତା ତା୨୦-୦୯-୨୦୨୨ରୁ ୨୯-୦୯-୨୦୨୨ରିଖ ପର୍ଯ୍ୟନ୍ତ ସମସ୍ତ ୧୪ଟି ବ୍ଲକ କାର୍ଯ୍ୟାଳୟ ଠାରେ ଚୟନ ଓ ପଞ୍ଜିକରଣ ଶିବିର ଅନୁଷ୍ଠିତ ହେବ । ଉକ୍ତ ଚୟନ ଶିବିର ଯଥା କ୍ରମେ ୨୦ ତାରିଖରେ ଆଗଲପୁର ଓ ଲୋଇସିଂହା ବ୍ଲକ ଅଫିସ୍, ୨୧ ତାରିଖରେ ପୁଇଁନ୍ତଲା ଓ ବଲାଙ୍ଗିର ବ୍ଲକ, ୨୨ ତାରିଖରେ ଦେଓଗାଁ ଓ ଗୁଡଭେଲା ବ୍ଲକ, ୨୩ ତାରିଖରେ ପାଟଣାଗଡ଼ ଓ ଖପ୍ରାଖୋଲ ବ୍ଲକ, ୨୬ ତାରିଖରେ ତୁରେଇକେଲା ଓ ବେଲପଡା ବ୍ଲକ, ୨୭ ତାରିଖରେ ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ, ୨୮ ତାରିଖରେ ଟିଟିଲାଗଡ ଓ ସଇଁତଳା ବ୍ଲକ ଏବଂ ୨୯ ତାରିଖରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରାର୍ଥୀମାନଙ୍କର ବୟସ ୨୧ରୁ ୩୫ ବର୍ଷ ଓ ଶିକ୍ଷା ଗତ ଯୋଗ୍ୟତା ଦଶମ ପାସ ଏବଂ ଶାରୀରିକ ସୁସ୍ଥ ହୋଇଥିବା ଆବଶ୍ୟକ । ଚୟନ ପ୍ରାର୍ଥୀମାନଙ୍କୁ କଟକ ଚୌଦ୍ୱାରରେ ଏସଆଇଏସ ଲିମିଟେଡ଼ ତରଫରୁ ଏକ ମାସ ପାଇଁ ଶାରୀରିକ ଦକ୍ଷତା, ଅଗ୍ନିଶମ ସେବା ପ୍ରଶିକ୍ଷଣ ଓ ପ୍ରାଥମିକ ଚିକିତ୍ସା ଆଦି ସମ୍ପର୍କରେ ତାଲିମ ଦିଆଯିବା ସହ ସଫଳ ପ୍ରଶିକ୍ଷଣ ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସ୍ଥାୟୀ ନିଯୁକ୍ତିରେ ରାଜ୍ୟ ତଥା ଦେଶର ବିଭିନ୍ନ ଜଣାଶୁଣା ସଂସ୍ଥା ଯଥା, ଶିଳ୍ପକ୍ଷେତ୍ର, ବ୍ୟାଙ୍କିଙ୍ଗକ୍ଷେତ୍ର କର୍ପୋରେଟ, ହସ୍ପିଟାଲ୍ ଆଦି କ୍ଷେତ୍ରରେ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ରହିଛି । ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ରର ଅରିଜିନାଲ ଓ ଜେରକ୍ସ, ଆଧାର କାର୍ଡର ଅରିଜିନାଲ ଓ ଜେରକ୍ସ ଏବଂ ପାସପୋର୍ଟ ସାଇଜ ଫୋଟୋ ସାଙ୍ଗରେ ନେଇକି ଆସିବେ । ଏ ସମ୍ପର୍କରେ ସବିଶେଷ ବିବରଣୀ ନିମନ୍ତେ ଇଚ୍ଚୁକ ପ୍ରାର୍ଥୀମାନେ ଜିଲ୍ଲା ନିୟୋଜନ ଅଧିକାରୀ ବଲାଙ୍ଗିର ସହ ଯୋଗାଯୋଗ କରିବାକୁ ଅନୁରୋଧ ।