ବିଶ୍ୱ ଓଜେନ ଦିବସର ଅନୁଚିନ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଜେନ ସ୍ତରର ଗୁରୁତ୍ୱ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି ପାଇଁ ଏହି ଦିବସ ପାଳନର ମୂଳ ଲକ୍ଷ । ପୃଥିବୀ ପୃଷ୍ଠରେ ଓଜେନ ସ୍ତର ବିନା ଜୀବ ସତ୍ତା ଅସମ୍ଭବ । ଦ୍ରୁତ ଶିଳ୍ପାୟନ ଓ ଆଧୁନିକିକରଣ ଯୋଗୁଁ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ କାରଣରୁ ଓଜେନ ସ୍ତର କ୍ଷୟ ହେଉଛି । ସଂପ୍ରତି ଓଜେନ ସ୍ତରରେ କଣା ଦେଖା ଯାଉଛି, ପରିବେଶ ପାଇଁ ଘୋର ବିପଦ । ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମି ଏହି କଣା ଦେଇ ପୃଥିବୀ ପୃଷ୍ଠକୁ ଆସି ମନୁଷ୍ୟ ଦେହରେ ଚର୍ମ ରୋଗ କରିଥାଏ । ଏହାକୁ ଉପଲବ୍ଧି କରି ୧୯୯୪ ମସିହା ଡିସେମ୍ବର ୧୯ ତାରିଖରେ ଜାତିସଂଘ ପ୍ରଥମ ଥର ‘ବିଶ୍ୱ ଓଜେନ ଦିବସ’ ପାଳନ କରିବାକୁ ଘୋଷଣା କଲା । ଏହି ଘୋଷଣା ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖରେ ସମଗ୍ର ବିଶ୍ୱରେ ଏହି ଦିବସ ପାଳନ ହୋଇ ଆସୁଛି । ଏହି ଅବସରରେ ସବୁଜ ଡେଲାଙ୍ଗର ଆବାହକ ପ୍ରକୃତି ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଓଜେନ ସ୍ତରକୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ ବୃକ୍ଷ ରୋପଣ ସହ ଶିଳ୍ପାୟନକୁ ନିୟନ୍ତ୍ରଣରେ ରଖି ବାୟୁ ପ୍ରଦୂଷଣକୁ ମୁକ୍ତ ରଖିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.

eighteen − fourteen =