ଏରୋବାଟିକ୍ ଦଳ ପକ୍ଷରୁ ପ୍ରଦର୍ଶିତ ହେବ ଦୁଃସାହସିକ ସମରକଳା କୌଶଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସକାଳ ୧୦ଟାରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବାଟିକ୍ ଦଳ ପକ୍ଷରୁ ପ୍ରଦର୍ଶିତ ହେବ ଦୁଃସାହସିକ ସମରକଳା କୌଶଳ । ଏହି ଅଲୌକିକ ଶକ୍ତି ପ୍ରଦର୍ଶନ ଭୁବନେଶ୍ୱର ବାଲିଯାତ୍ରା ପଡିଆ କୁଆଖାଇ ନଦୀକୂଳରେ ଅନୁଷ୍ଠିତ ହେବ । ଏହା ଦେଖିବା ପାଇଁ ସକାଳ ୯ଟା ସୁଦ୍ଧା ଉପସ୍ଥିତ ରହିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

error: Content is protected !!