- ବ୍ୟଙ୍ଗକବି ଅଚ୍ୟୁତ ପୁରୋହିତ ଓ ବ୍ୟାସ ପୁରୋହିତଙ୍କ ଗୀତରେ ଝୁମିଲେ ଦର୍ଶକ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରୁଗୁଡିପଡା ଛକର ସେରସୁଆଁଗୁଡି ବୈଠକିରେ ନୂଆଁଖାଇ ଭେଟ୍ଘାଟ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ସହରର ବିଭିନ୍ନ ପଡାରୁ ଆସୁଥିବା ଲୋକମାନେ ମିଳିତ ଭାବରେ ଭାଇଚାରା ପ୍ରଦର୍ଶନ କରୁଥିବାର ଦେଖାଯାଇଥିଲା । ନୂଆଁଖାଇର ମହତ୍ତ୍ୱ ଭାଇଚାରା ଓ ଭାବର ବିନିମୟ ହୋଇଥିଲା । ଏହି ଭେଟ୍ଘାଟ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟଙ୍ଗକବି ସଂଯୋଜନା କରି ବ୍ୟଙ୍ଗକବିତା ଆବୃତି କରିବା ସହିତ ଗୀତ ଗାଇଥିଲେ । ସେହିପରି ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କୁଅଁର, ବ୍ୟାସଦେବ ପୁରୋହିତ, ଶିବାନନ୍ଦ ତ୍ରୀପାଠୀ, ନୀଲି ଓ ସାଥିଙ୍କ ଗୀତରେ ଝୁମିଥିଲେ ଦର୍ଶକ । ଠିକ ସେହିପରି ବୁର୍ଲା ଭୀମସାର ମେଡିକାଲ କଲେଜର ଅସୋସିଏଟ ପ୍ରଫେସର ଡ.ବେଣୁଧର ପାଣ୍ଡେ ମଧ୍ୟ ଗୀତଗାଇ ଦର୍ଶକଙ୍କୁ ବିଭୋର କରିଦେଇଥିଲେ । ଏହି ବୈଠକିର ପ୍ରଭାତ ସାହୁ, ଆର୍ତ୍ତତ୍ରାଣ ଯୋଷୀ, ବିଶ୍ୱମୟ ପୂଜାହାରୀ, ସଂଜୟ ପୂଜାହାରୀ, ଟୁକୁ ପଟ୍ଟନାୟକ, ସଂଜୟ ଭୋଇ, କମ୍ବୁପାଣି ପୂଜାହାରୀ, ମନୋରଂଜନ ଯୋଷୀ, ଗଗନ ମହାନ୍ତି, ବାବୁଲା ବହିଦାର, ରଶ୍ମୀରଂଜନ ଯୋଷୀ, ମିଟୁଆ ମହାନ୍ତି, ଅରୂଣ ନାଏକ, ରଜନୀ ସେଠ, ଟୁକୁ ପଟ୍ଟନାୟକ, ସୁଧିର ନନ୍ଦ, ରିତୁରାଜ ସିଂ, ଜୟକୃଷ୍ଣ ସାହୁ, ସୁନିଳ ମିଶ୍ର, ବବନ ମିଶ୍ର, ରାହୁଲ ସେଠ, ବାଜୁ ଦାସ, ଦୀପକ ନନ୍ଦ, ଶ୍ରୀମନ୍ତ ପଣ୍ଡା, ତେଜରାଜ ସିଂଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।