ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ମନ୍ଦିର ସୁରକ୍ଷା ଦାବୀରେ ୩ ଜଣ ଆରଟିଆଇ କର୍ମୀଙ୍କ ଧାରଣା, ତହସିଲଦାରଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଲେ ଆରଟିଆଇ କର୍ମୀ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧୀନଗରପଡା ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ୩ ଜଣ ଆରଟିଆଇ କର୍ମୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ସହରର ମା’ ସମଲେଇଶ୍ୱରୀ ମନ୍ଦିର, ମା’ ପାଟଣେଶ୍ୱରୀ ମନ୍ଦିର ଓ ଗୋପାଲଜୀ ମନ୍ଦିରକୁ ନେଇ ୩ ଜଣ ଆରଟିଆଇ କର୍ମୀ ଭିନ୍ନ ଭିନ୍ନ ଭାବରେ ତଥ୍ୟ ମାଗିଥିବା ବେଳେ ତଥ୍ୟ ମିଳିବା ପରେ ଆଜି ମନ୍ଦିର ଗୁଡିକର ଉନ୍ନତି କାମରେ ଦୁର୍ନିତୀ ହୋଇଥିବା ଅଭିଯୋଗ କରି ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣାରେ ବସିଛନ୍ତି । ଦେବୋତ୍ତର ବିଭାଗ ବିଭିନ୍ନ ଉପାୟରେ ଉପରୋକ୍ତ ଏହି ମନ୍ଦିର ଗୁଡିକର ଟଙ୍କା ହଡପ କରୁଥିବା ନେଇ ମଧ୍ୟ ୩ ଜଣ ଆରଟିଆଇ କର୍ମୀମାନେ ଅଭିଯୋଗ କରିଥିବା ବେଳେ ଉପଜିଲ୍ଲପାଳଙ୍କ ଅନୁପସ୍ଥିତିରେ ତହସିଲଦାର ଘଟଣାସ୍ଥଳକୁ ଆସିି ସବୁ ସମସ୍ୟାର ଶୀଘ୍ର ସମାଧାନ ହେବ କହିବା ପରେ ୩ ଜଣ ଆରଟିଆଇ କର୍ମୀ ଧାରଣାରୁ ଓହରିଥିଲେ । ତେବେ ଧାରଣାରେ ବସିଥିବା ୩ ଜଣ ଆରଟିଆଇ କର୍ମୀମାନେ ହେଲେ ଶମ୍ଭୁ ପ୍ରସାଦ ଶତପଥୀ, ପ୍ରଶାନ୍ତ ମହାକୁର ଓ ବିକାଶ ସା ।