ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର : ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅର୍ନ୍ତଗତ ମେଘପାଳ ପଞ୍ଚାୟତର ଦାଉପଡାଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ପର୍ଯ୍ୟବେକ୍ଷକ ଡ. ଜିନିତା ବା ଓ ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ମୁଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଆଦିବାସୀ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଦିବାସୀ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ନିମନ୍ତେ ମହାସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ଅଞ୍ଚଳର ୧୫ଟି ଆଦିବାସୀ ସାଂସ୍କୃତିକ ଦଳ ଯୋଗଦାନ କରି ସେମାନଙ୍କର ପ୍ରତିଭା ପ୍ରଦର୍ଶିତ କରିଥିଲେ । କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟବେକ୍ଷକ ଡ. ବା ଓ ସାଧାରଣ ସମ୍ପାଦକ ମୁଣ୍ଡା ସଂଯୋଜନା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ରାଜେନ୍ଦ୍ର କୁଜୁର, ଦିଲ୍ଲୀପ ଡୁଙ୍ଗଡୁଙ୍ଗ, ଅଲର୍ବଟ କେରକେଟା, ଡେଭିଡ ଟପ୍ପୋ, ମାଥିଆସ ତିଗା, ଅଲିସିଆ ଏକ୍କା ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.