- ଗନ୍ଧମାଳୀ ସମାଜକୁ ଓବିସି ଭୁକ୍ତ କରିବାକୁ ଦାବୀ
- ଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଦୁର୍ବାର ଆନ୍ଦୋଳନ କରିବାକୁ ଚେତାବନୀ
ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ରାମପୁର ସ୍ଥିତ ରାମେଶ୍ଵର ବାବା ମନ୍ଦିର ପ୍ରାଙ୍ଗଣଠାରେ ଗନ୍ଧମାଳୀ ସମାଜର ଜିଲ୍ଲା ସ୍ତରୀୟ ଦ୍ଵିତୀୟ କାର୍ଯ୍ୟକାରଣୀ ସଭା ବଲାଙ୍ଗିର ଜିଲ୍ଲା ସଭାପତି ଜଗଦୀଶ ଥନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଉପସଭାପତି ନରସିଂହ ଥନାପତି, ସଂପାଦକ ଅରୁଣ ଥନାପତି, ଯୁଗ୍ମ ସଂପାଦକ କେଦାର ଥନାପତି, କୋଷାଧ୍ୟକ୍ଷ ଘନଶ୍ୟାମ ଥନାପତି, ନୀଳକଣ୍ଠ ଥନାପତି, ପୂର୍ବତନ ସଭାପତି ଈଶ୍ଵର ଥନାପତି ପ୍ରମୁଖ ଯୋଗଦେଇ ଗନ୍ଧମାଳୀ ସମାଜର ସାମୁହିକ ଅର୍ଥନୈତିକ, ସାମାଜିକ, ରାଜନୈତିକ ସହ ସମାଜ ବିଭିନ୍ନ ବିକାଶ ଦିଗରେ ଆଲୋଚନା କରାଯାଇଥିଲା । ଗନ୍ଧମାଳୀ ସମାଜକୁ ଦୀର୍ଘ ଦୀନ ଧରି ଏସ୍ଇବିସି/ଓବିସି ଶ୍ରେଣୀ ଭୁକ୍ତ କରିବା ପାଇଁ ଦାବୀ କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଯାହାଫଳରେ କି ଗନ୍ଧମାଳୀ ସମାଜର ଛାତ୍ରଛାତ୍ରୀ ମଧ୍ୟ ଷ୍ଟାଇଫେଣ୍ଡ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବା ନେଇ ଆଗାମୀ ଦିନ ଦୁର୍ବାର ଆନ୍ଦୋଳନୋତ୍ମକ ପନ୍ଥା ଆପଣାଇବା ନିଷ୍ପତ୍ତି ନିଆଯାଇଥିଲା । ଯଦି ଆଗାମୀ ଦିନରେ ରାଜରାସ୍ତା ଓହ୍ଲାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।ପାଟଣାଗଡ ସଭାପତି ଗୌରୀଶଙ୍କର ଥନାପତି, ଟିଟିଲାଗଡ ସଭାପତି ଶୁଶାନ୍ତ ଥନାପତି, ସଂପାଦକ ଜୟରାମ ଥନାପତି, ହରିହର ଥନାପତି, ବଲାଙ୍ଗିର ସଭାପତି ରୁପାଧର ଥନାପତିଙ୍କ ସମେତ ଜିଲ୍ଲାର ୧୪ଟି ବ୍ଲକର କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ଲଲିତ ଥନାପତି, ଶେଷଦେବ ଥନାପତି, କେଦାର ଥନାପତି, ସଦାନନ୍ଦ ଥନାପତି, ଭରତ ଥନାପତି, ବିଶ୍ଵନାଥ ଥନାପତି, ଯୁଧିଷ୍ଠିର ଥନାପତି ପ୍ରମୁଖ ଅନ୍ୟ ମାନେ ଉପସ୍ଥିତ ଥିଲେ । ଏହି ସଭାକୁ ଅରୁଣ ଥନାପତି ପରିଚାଳନା କରିଥିବା ବେଳେ ଗୌରୀଶଙ୍କର ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।