ରାସ୍ତାକଡ଼ରୁ ଝୁଲନ୍ତା ଗଳିତ ଶବ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଥାନା ଧାମନ ଡ଼ଙ୍ଗା ମୁଖ୍ୟ ରାସ୍ତକଡ ପ୍ରାୟ ୧୦୦ ମିଟର ଦୂର ଗୋଟିଏ ଗଛ ବୁଦା ମୂଳରୁ ଏକ ଗଳିତ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି । କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣି ପଞ୍ଚନାମା କରିଥିବା ବେଳେ ଗଳିତ ଶବ ଚିହ୍ନଟ କରିଥିଲେ । ସୂଚନା ଅନୁଯାୟୀ ଧାମନ ଡ଼ଙ୍ଗା ଗ୍ରାମର ହରିଜନପଡ଼ାରେ ରହୁଥିବା ରବି ସୁନା (୪୫) ବର୍ଷ ଗତ ୩ ତାରିଖରୁ ଘରୁ ନିଖୋଜ ହେବା ପରେ ସ୍ଥାନୀୟ ଥାନାରେ ପରିବାର ଲୋକେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ତେବେ ରବି ସୁନାଙ୍କ ପରିବାର ଲୋକେ ପୁଲିସ ଉପସ୍ଥିତରେ ଶବ ଚିହ୍ନଟ କରିଥିଲେ ।

Leave A Reply

Your email address will not be published.