oom

ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ସଚେତନତା କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଜରାୟୁ ଓ ଗର୍ଭାଶୟ ସମସ୍ୟାର ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଆୟୋଜିତ ହୋଇଯାଇଛି । କ୍ଲବର ସଭାପତି ଡ. ମୀନତି ପଣ୍ଡା ସ୍ୱାଗତ ଭାଷଣ ଦେବାସହ ଉପଯୁକ୍ତ ସଚେତନତା ଅଭାବରୁ ମହିଳାଙ୍କ ମଧ୍ୟରେ ଜରାୟୁ ଓ ଗର୍ଭାଶୟ କ୍ୟାନସର ବୃଦ୍ଧି ପାଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ଏଥିରୁ ନିରାକରଣ ପାଇବା ପାଇଁ ପାପସ୍ନିୟର ନାମକ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନୁଷ୍ଠାନ ତରଫରୁ ଏହି ପରୀକ୍ଷା ମହିଳାମାନଙ୍କୁ ନିଃଶୁଳ୍କ ଭାବେ ଯୋଗାଇ ଦିଆଯାଉଛି । ଡାକ୍ତର ପୂଜା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁଧାରାଣୀ ପ୍ରଧାନ ଓ ଡାକ୍ତର ତରୁଣକାନ୍ତି ଦାସ ବକ୍ତା ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମହିଳାଙ୍କ ମଧ୍ୟରେ ଜରାୟୁ ଓ ଗର୍ଭାଶୟ ସମସ୍ୟା ପ୍ରାରମ୍ଭରୁ ଜଣାପଡିଲେ ଆବଶ୍ୟକ ଚିକିତ୍ସା କରାଯାଇ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଂଚାଇବା ସମ୍ଭବ ବୋଲି ମତ ରଖିଥିଲେ । ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ଯୋଗ ଦେଇଥିବା ବେଳେ ମାରୱାଡି ମହିଳା ମଂଚର ସଦସ୍ୟଙ୍କ ସହ ଇନର ହୁଇଲ କ୍ଲବର ସଦସ୍ୟମାନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଡାକ୍ତର ସୁନିତା ସାମଲ ଆବଶ୍ୟକ ହେଉଥିବା ପାପସ୍ନିୟର ପରୀକ୍ଷା ଏକ ସପ୍ତାହ ପର୍ଯ୍ୟନ୍ତ କରିବେ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଡ. ପଣ୍ଡାଙ୍କ ବ୍ୟତୀତ ଅଜିତା ମହାନ୍ତି, ପ୍ରତିମା ମହାପାତ୍ର, ଅମ୍ରିତା ତ୍ରିପାଠୀ, ମହିମା ମହାପାତ୍ର, କାବେରୀ ବାନାର୍ଜୀ, ପ୍ରମିଳା ମିଶ୍ର, ପ୍ରଜ୍ଞା ତ୍ରିପାଠୀ, ଅନୀତା ନାୟକ, ସମରଜିତଙ୍କ ସହ ମାରୱାଡି ମହିଳା ମଂଚର ବିଜୟଲକ୍ଷ୍ମୀ ଅଗ୍ରୱାଲ, ରେଶମା ହାଲୱାଇଙ୍କ ସମେତ ଡାକ୍ତରଖାନାର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.