jsm

ଯାଦବ ମହାସଭା ପକ୍ଷରୁ ସମିତି ସଭ୍ୟା ସମ୍ବର୍ଦ୍ଧିତ

csstore

ପାଟଣା : ଜିଲ୍ଲା ସଂସ୍କୃତି ଭବନରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବରେ ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ସମିତି ସଭ୍ୟା ତଥା ନାରୀ ନେତ୍ରୀ ଦମୟନ୍ତୀ ବାରିକଙ୍କୁ ତାଙ୍କର ଯାଦବ ସମ୍ପ୍ରଦାୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଉତ୍କଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରାଙ୍କ ସହ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି, ବରିଷ୍ଟ ସାମ୍ବାଦିକ ରବି ଦାସ ମୁଖ୍ୟବକ୍ତା ଏବଂ ପ୍ରାକ୍ତନ ରାଜ୍ୟସଭା ସଦସ୍ୟ ରାହାସ ବିହାରୀ ବାରିକ, ସର୍ବ ଭାରତୀୟ ଯୁବ ଯାଦବ ସଭାପତି ପ୍ରଦୀପ କୁମାର ବେହେରା, ରାଜ୍ୟ ସମ୍ପାଦକ ପ୍ରଦୀପ ବେହେରା ଓ ମିତ୍ରଭାନୁ ମହାକୁଡ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀମତୀ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି ।

yuvodaya
Leave A Reply

Your email address will not be published.