ନିଟ୍‌ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ହେମକାନ୍ତ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ହୀରାପାଲି ଗ୍ରାମର ବାଉସେନମୁରା ପଂଚାୟତ ହେମକାନ୍ତ ସାହୁ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କରୁ ୬୬୦ ମାର୍କ ରଖି ସେ ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ହେମକାନ୍ତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ତଥା ପ୍ରଶଂସାର ସୁଅ ଛୁଟିଛି । ବରଗଡ ଜିଲ୍ଲା ହୀରାପାଲି ଗାଁର ଗୁପ୍ତ ସାହୁ ଓ ଅନୁସୂୟା ସାହୁଙ୍କର କନିଷ୍ଠ ପୁଅ ହେଉଛନ୍ତି ହେମାକନ୍ତ । ସେ ପାଇକମାଲ ନବୋଦୟ ବିଦ୍ୟାଳୟରେ ଦଶମ ଓ ଦ୍ୱାଦଶ ପର୍ୟ୍ୟନ୍ତ ପାଠ ପଢ଼ିଥିଲେ । ସେ ଦଶମରେ ୯୫% ଓ ଯୁକ୍ତଦୁଇ ବିଜ୍ଞାନରେ ଚଳିତ ଶିକ୍ଷା ବର୍ଷ ରେ ୯୨% ମାର୍କ ରଖି ସଫଳତା ହାସଲ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ହେମାକନ୍ତଙ୍କ ବାପା ଗୁପ୍ତ ସାହୁ ଜଣେ ଚାଷୀ ଏବଂ ମା’ ଜଣେ ଗୃହିଣୀ । ଆର୍ଥିକ ସ୍ୱଚ୍ଛଳ ନ ଥିବା ଏକ ସାଧାରଣ ଚାଷୀ ପରିବାରରୁ ଆସି ମଧ୍ୟ ନିଜର ଗଭୀର ଇଚ୍ଛାଶକ୍ତି, ଅଧ୍ୟବସାୟ ଓ କଠିନ ପରିଶ୍ରମ ଯୋଗୁଁ କୌଣସି ପ୍ରକାରର କୋଚିଂ ନ ନେଇ ନିଜେ ଗାଁରେ ରହି ପ୍ରସ୍ତୁତି କରି ଏହି ସଫଳତା ପାଇଛନ୍ତି ଓ ନିଜ ଗାଁ ତଥା ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ସେ ନିଜର ଏହି ସଫଳତା ପାଇଁ ନିଜର ପିତା ମାତା ଭାଇ ଭଉଣୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଓ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!