jsm

ବିରିପାଲିରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମରତଲା ଗ୍ରାମ ପଞ୍ଚାୟତ ବିରିପାଲି ଶିବ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ଦ୍ବାରା କରୋନା ଯୋଦ୍ଧା ଅଙ୍ଗନୱାଡ଼ି ଦିଦି ଓ ଆଶା କର୍ମୀମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିବ ମନ୍ଦିର ପରିସରରେ ବିଜେପି ମଣ୍ଡଳ ସଭାପତି କେତନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜମରତଲା, ବୁଡାମାଲ, ଦହିଗାଁ, କଂସର ଗ୍ରାମ ପଞ୍ଚାୟତର ସମସ୍ତ ଆଶା ଦିଦି ଓ ଅଙ୍ଗନୱାର୍ଡ କର୍ମୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦାନ କରି ସମସ୍ତ କରୋନା ଯୋଦ୍ଧାମାନଙ୍କୁ ପାଦ ଧୋଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଡା. ଶ୍ରୀକାନ୍ତ ପାଣିଗ୍ରାହୀ, ଟୁନୁ ବେହେରା, ମଧୁ ସାହୁ, ଜନକ ସାହୁ, ଧନୀ ବରିହା, ନିରୋଜ ଦାଶ, ପ୍ରଦୀପ ପଣ୍ତା, କୃଷ୍ଣ ଚନ୍ଦ୍ର ମେହେର, ସନ୍ତୋଷ ବିଶ୍ବାଳ, ମୋହନ ବରିହା ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.