jsm

ବିଜେଡି ଜନସଚେତନତା କାର୍ଯ୍ୟକ୍ରମ ଉଦଯାପିତ

csstore

କଣ୍ଟାବାଞ୍ଜି, (ମନୀଷ ହଂସ) : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ଚାଲିଥିବା ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ପର୍ୟ୍ୟନ୍ତ ବିଜେଡି ଜନସଚେତନତା କାର୍ୟ୍ୟକ୍ରମ ଉଦଯାପିତ ହୋଇଯାଇଛି । ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଡାକ୍ତରଖାନାର ପରିସରରେ ଥିବା ରୋଗୀମାନଙ୍କୁ ମାସ୍କ ବଣ୍ଟନ କରିବା ସହ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ କଣ୍ଟାବାଞ୍ଜି ବିଜୁ ଜନତା ଦଳର ଯୁବ ନେତା ରାଜିନ୍ଦ୍ର ବେହେରାଙ୍କ ନେତ୍ତୃତ୍ୱରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଜୟ ଦାସ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ, ଜିଲା ବିଜେଡି ଉପ ସଭାପତି ବିଜୟ ବଂସଲ, ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାଁ, ବିଜେଡିର ବରିଷ୍ଠ ନେତା ପ୍ୟାରେଲାଲ ଜାଙ୍ଗଡା, ଦେବାର ବାରିକ, ଅମୂଲ୍ୟ ନାଗ, ବିଜୟ ବାରିକ, ବିଶାଲ ବେହେରା ପ୍ରମୁଖଙ୍କ ସହ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.