ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ଆକ୍ରାନ୍ତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟପାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଥିବା ସୂଚନା ଅନୁସାରେ ରାଜ୍ୟପାଲଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଖବର ମିଳିଛି ଯେ, ତାଙ୍କ ପରିବାରର ୪ ଜଣ ସଦସ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟପାଲଙ୍କୁ ଏକ ଘୋରୋଇ ଚିକିସ୍ୱାଲୟରେ ଚିକିସ୍ୱା କରାଯାଉଥିବା ସହ ବର୍ତ୍ତମାନ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟବସ୍ଥା ସହ ଆକ୍ରାନ୍ତ ପରିବାର ସଦସ୍ୟମାନଙ୍କ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ରାଜ୍ୟପାଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.