ବିଷ ପିଇଲେ ସ୍ୱାମୀ ସ୍ତ୍ରୀ : ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବିରିପଟା ଗ୍ରାମରେ ସ୍ୱାମୀ ସ୍ତ୍ରୀ ପାରିବାରିକ କଳହ ଯୋଗୁଁ ବିଷ ପିଇଥିବା ବେଳେ ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଖବର ମିଳିଛି । ସୂଜନାଯୋଗ୍ୟ ଯେ, ଶ୍ରୀକାନ୍ତ ମିଶ୍ର ୬ ମାସ ହେବ କିଛି କାମଧନ୍ଦା କରିବାକୁ ଯାଉନଥିଲେ । ଫଳରେ ନିଜ ପତ୍ନୀ ଏବଂ ନିଜର ତିନି ପିଲାଙ୍କୁ ମୁଠେ ଖାଇବାକୁ ଦେଇ ପାରୁ ନଥିଲେ କି ଖଣ୍ଡେ ପିନ୍ଧିବାକୁ ମଧ୍ୟ ଦେଇ ପାରୁ ନଥିଲେ । ତେବେ ଏହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିବା ବେଳେ ଶ୍ରୀକାନ୍ତ ଘରେ ଥିବା ବିଷ ପିଇ ଦେଇଥିବା ବେଳେ ତାହା ଦେଖି ତାଙ୍କ ସ୍ତ୍ରୀ ମଧ୍ୟ ବିଷ ପିଇ ଦେଇଥିଲେ । ଡାକ୍ତର ଖାନାରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ସ୍ତ୍ରୀ ସନ୍ଧ୍ୟାରାଣୀ ମୀଶ୍ରଙ୍କ ମୃତ୍ୟୁ ହୋଇଛି ବୋଲି ଖବର ମିଳିଛି ।

Leave A Reply

Your email address will not be published.