ଗୁରୁ ଦିବସ ଅବସରରେ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗୁରୁ ପୂଜନୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ଗୁରୁଦିବସ ଉପଲକ୍ଷେ ଦେଓଗାଁ ବ୍ଳକ ଅନ୍ତର୍ଗତ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗୁରୁ ପୂଜନୋତ୍ସବ ପାଳିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅଧ୍ୟକ୍ଷ ବସନ୍ତ ମନହିରା ନିଜ ବକ୍ତବ୍ୟରେ ଗୁରୁଙ୍କ ମହତ୍ଵ ବିଷୟରେ ନିଜ ମତ ରଖିଥିଲେ । ପ୍ରାଧ୍ୟାପକ ଗୋବିନ୍ଦ ମେହେରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଛାତ୍ରୀ ସୁନୀତା ମେହେର ଓ ଲିଲି ମେହେରଙ୍କ ନେତୃତ୍ଵରେ ସମସ୍ତ ଛାତ୍ରଛାତ୍ରୀ ଗୁରୁ ପୂଜନ କରିଥିବା ବେଳେ ଉପସ୍ଥିତ ଗୁରୁବୃନ୍ଦ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ବିମଳ କିଶୋର ସାହୁ, ଧୋବାଇ ଚରଣ ପଟେଲ, ଦୁର୍ବାଦଳ ଘିବେଲା, ପ୍ରଶାନ୍ତ ଥନାପତି, ବାଳ ଶଙ୍କର ମେହେର ଏବଂ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.