oom

ଗୌଡ଼ଗୋଠରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପୁରୁଣା ହାଟପଦାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ଅଶୋକ ରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗୌଡଗୋଠ ପଞ୍ଚାୟତ ଅର୍ନ୍ତଗତ ରତାଖଣ୍ଡି ଗାଁର ବିକାଶ ସାହୁ, ସମ୍ମାନୀତ ଅତିଥି ଗୌଡଗୋଠ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନବ ସାହୁ, ସମିତି ସଭ୍ୟ ଟଙ୍କଧର ବେରିଆ, ମୟ ନନ୍ଦ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ମ୍ୟୁଜିକ ଚେୟାର, ଗୀତ, ନାଚ ଓ ମାଠିଆ ଭଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ର, ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କୁନ୍ଦୁରୁ ରଣା ସଭା ପରିଚାଳନା କରିଥିବା ବେଳେ ଗାଁର ଯୁବ ଗୋଷ୍ଠୀ ସହଯୋଗ କରିଥିଲେ । ଜୟସିଂହ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.