ବୁଡାମାଲରେ ଗୁରୁଦିବସ ପାଳିତ

  • ଗୁରୁ ଶିଷ୍ୟ ସମ୍ପର୍କ ଅତୁଟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକ ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ତରଫରୁ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ବୁଦ୍ଧଦେବ ସାହୁଙ୍କ ସଭାପତିତ୍ୱରେ ତଥା ସଭାପତି ଶେଷଦେବ ବେହେରାଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଧାନ, ସମ୍ମାନିତ ଅତିଥି ଭାବେ କନଗାଁ ସିଆର୍‌ସିସି କେଦାରନାଥ ସାହୁ, ନାଏବ ସରପଞ୍ଚ ବିରଞ୍ଚି କଲାରୀ, ପଞ୍ଚମ ବେହେରା ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହାପରେ ଛାତ୍ରଛାତ୍ରୀ ମାନେ ଫୁଲ ଚନ୍ଦନ ଉପଢୌକନ ଦେଇ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୁରୁ ପୂଜନ କରିଥିଲେ । ବିଦ୍ୟାଳୟ କମିଟି ତରଫରୁ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଧାନ ଏବଂ ନୃପରାଜ ଗୁରୁଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଶିକ୍ଷକ ତୁଷାରକାନ୍ତ ସାହୁ ଅତିଥି ପରିଚୟ, ବାଳମୁକୁନ୍ଦ ବାରିକ, ରୁକ୍ମିଣୀ ପଧାନ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଶେଷରେ ତୁଲସୀରାମ ପାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଅସୁସ୍ଥ ଥିବାରୁ ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନୃପରାଜ ଗୁରୁଙ୍କ ଚିଚିଣ୍ଡା ବାସ ଭବନକୁ ଯାଇ ସ୍ୱତନ୍ତ୍ର ଭାବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!