lika

ରମ୍ଭା ରେଳ ଷ୍ଟେସନରେ ଗୁଣପୁର-କଟକ ମେମୋ ଟ୍ରେନ ରହଣି

gbag

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୂର୍ବତଟ ରେଳପଥ ଗଞ୍ଜାମ ଜିଲ୍ଲାର ରମ୍ଭା ରେଳ ଷ୍ଟେସନରେ ସୋମବାର ପୂର୍ବାହ୍ନରେ ଗୁଣପୁର-କଟକ ମେମୋ ଟ୍ରେନ ରହଣି ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀ ଖୁସି ଜାହିର କରିଥିବା ଜଣାପଡ଼ିଛି । ସକାଳ ସମୟରେ ରମ୍ଭା ଷ୍ଟେସନରେ ଟ୍ରେନ ରହିବା କ୍ଷଣି ପୂର୍ବରୁ ଅପେକ୍ଷାରତ ଅଂଚଳବାସୀ ଟ୍ରେନ ଡ୍ରାଇଭର, ଷ୍ଟେସନ ମାଷ୍ଟର ଓ ରେଳ ବିଭାଗ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବା ସହ ରେଳ ଇଂଜିନକୁ କଦଳୀ ବୃକ୍ଷ, ବେଲୁନ ଓ ପୁଷ୍ପମାଳ୍ୟରେ ସୁସଜ୍ଜିତ କରି ନିଜ ନିଜର ଖୁସି ଜାହିର କରିଥିଲେ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତଟ ରେଳ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ରେଳବାଇ ଏମିନିଟି ପାସେଞ୍ଜର ବୋର୍ଡ ଦିଲ୍ଲୀପ କୁମାର ମଲ୍ଲିକ ଉପସ୍ଥିତ ଅଞ୍ଚଳବାସୀଙ୍କୁ ଉତ୍ସାହିତ କରିଥିବା ବେଳେ ଆଗାମୀ ଦିନରେ ଅନ୍ୟ ପାସେଞ୍ଜର ଟ୍ରେନ ଗୁଡିକ ରହଣି ପାଇଁ ପ୍ରୟାସ କରାଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ସମାଜସେବୀ ସୁବାଷ ଚନ୍ଦ୍ର ପଣ୍ଡା, ରମ୍ଭା ଏନଏସି ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁ, ଉପାଧ୍ୟକ୍ଷ କାଳିଆ ତରେଇ, ସାବୁଳିଆ ସରପଞ୍ଚ ଅହଲ୍ୟା ବେହେରା, ବିଜେପି ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, ନଗର ସଭାପତି ସିମାଞ୍ଚଳ ବାଡ଼ତ୍ୟା, ଦିଗାମ୍ବର ଗୌଡ଼, ଟି.ଅନିଲ କୁମାର ସୁବୁଦ୍ଧି, ଟି. ବାପୁଜୀ ସୁବୁଦ୍ଧି, ଅଭିନାଥ ବେହେରା, କ୍ଷେତ୍ର ମୋହନ ବେହେରା, ସରୋଜିନୀ ସେନାପତି, ସୁଦର୍ଶନ ସେନାପତି, ଡଲି ବେହେରା, ବାଲାଜୀ ଦଳାଇ, ମହେନ୍ଦ୍ର ସେନାପତି, ବିଜୟ ଚନ୍ଦ୍ର ବିଶ୍ୱାଳ, ନାରାୟଣ ପଟ୍ଟନାୟକ, ଚନ୍ଦ୍ରଶେଖର ନାହାକ, ସିଦ୍ଧାର୍ଥ ଶଙ୍କର ପଲେଇ, ରତ୍ନାକର ସାହୁ, ଷଷଧର ବେହେରା, ବିଶ୍ୱଜିତ ତରେଇ, ପ୍ରକାଶ ଚନ୍ଦ୍ର ପଣ୍ଡା, ମୁନସ୍ୱାଇଁ, କାହ୍ନା ସ୍ୱାଇଁ, ବାପି ଜେନା, ପ୍ରଶାନ୍ତ ଦାଶ, ରମେଶ ସାହୁ, ଦିଲ୍ଲୀପ ତରେଇ, କେଦାର ବାରିକ, ଆର୍ତ୍ତତ୍ରାଣ ରାଉତ, ରଞ୍ଜନ ଜେନା, ରାଜେଶ ବଜାଜ, ରାମଚନ୍ଦ୍ର ଅଚାରୀ, ସୁଧୀର ତରେଇ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

babaa
Leave A Reply

Your email address will not be published.