csstore

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସମସ୍ତ ସଭ୍ୟ / ସଭ୍ୟାମାନଙ୍କୁ ନେଇ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ, କାର୍ଯ୍ୟାଳୟରେ ଏକ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ସଭାପତି ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ମା’ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରି ବଲାଙ୍ଗିର ଜିଲ୍ଲାର ସହିଦ ହୋଇଥିବା ୫ ଜଣ ଯବାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କଲା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂପାଦକ ବସନ୍ତ ଆଚାର୍ଯ୍ୟ ସଂଘର ପୂର୍ବ ବୈଠକର ବିବରଣୀ ପାଠ କଲା ପରେ ବରିଷ୍ଠ ନାଗରିକ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ଏବଂ ମୁଖ୍ୟ ଅତିଥି ଅମୂଲ୍ୟ ପତି, ସଂଗଠକ ପଶ୍ଚିମ ଓଡିଶା ମହାସଂଘଙ୍କୁ ପୁଷ୍ପମାଲ୍ୟ ସହ ଉପଢୌକନ ଦେଇ ସମ୍ମାନିତ କରାଗଲା । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମକୁ ସୁବାଷ ଚନ୍ଦ୍ର ପଣ୍ଡା, ଉପଦେଷ୍ଟା ପରିଚାଳନା କରିଥିଲେ । ସଭାପତି ଘାସିରାମ ମିଶ୍ର ପବିତ୍ର ନୂଆଁଖାଇ ଉତ୍ସବର ତାତ୍ପର୍ଯ୍ୟ ସକ୍କେ ଅଭିଭାଷଣ ଦେଇଥିଲେ । ଏହି ସଭାରେ ପଶ୍ଚିମ ଓଡିଶା ମହା ସଂଘର ସଭାପତି, ସଂପାଦକ ଅନ୍ୟାନ୍ୟ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ସଭାରେ ପଶ୍ଚିମ ଓଡିଶାର ଉପଦେଷ୍ଟା ତଥା ବଲାଙ୍ଗିର ଜିଲ୍ଲାର ମୁଖ୍ୟ ଉପଦେଷ୍ଟା ବିକ୍ରମ ବହିଦାର ଏବଂ ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ରଥ, ଯଥା ବିଶ୍ୱାଲ, ବୃନ୍ଦାବନ ବରାଳ, ଗୋପବନ୍ଧୁ ପୁରୋହିତ, ଶଶି ଭୂଷଣ ପୁରୋହିତ, ଶିବ ପ୍ରସାଦ ଖୁଆସ, ପର୍ଶୁରାମ ନାଏକ, ଭଞ୍ଜ କିଶୋର ନାଗ, ରଣଜିତ ଛତର ନିଜର ମତାମତ ଦେଇ ଅଂଶ ଗ୍ରହଣ କରିଥିଲେ । ସଭା ଶେଷରେ ପ୍ରତାପ ରଥ ଧନ୍ୟବାଦ ଦେଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ଭୋଜନ ପାଇଁ ଆମନ୍ତ୍ରିତ କରିଥିଲେ ।

jayashree
Leave A Reply

Your email address will not be published.